ନୂଆଦିଲ୍ଲୀ : ଲୋକସଭାରେ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ହେବ। ଏହି ଆଲୋଚନାରେ ବିଜେଡି ଭାଗ ନେବ। ବିଜେଡି ପକ୍ଷରୁ ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଆଲୋଚନାରେ ଭାଗ ନେଇ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ମତ ରଖିବେ। ଗତକାଲି ରାଷ୍ଟ୍ରପତିଙ୍କ ଦ୍ବାରା ମିଳିତ ଅଭିଭାଷଣରେ ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ତାଙ୍କ ଭାଷଣରେ ଆଲୋକପାତ କରାଯାଇଥିଲା। ବିଜେଡି ସଂସଦୀୟ ଦଳର ନେତାଙ୍କ ତରଫରୁ ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଓଡ଼ିଶା ସମ୍ପର୍କିତ ଏକାଧିକ ପ୍ରସଙ୍ଗ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ଜଣାପଡିଛି। ବିଜିନେସ୍ ଆଡଭାଇଜରି କମିଟି ବୈଠକର ନିଷ୍ପତ୍ତି ଅନୁସାରେ ସୋମବାର ଓ ମଙ୍ଗଳବାର ୧୦ ଘଣ୍ଟା ଧରି ରାଷ୍ଟ୍ରପତିଙ୍କ ମିଳିତ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଅନୁଷ୍ଠିତ ହେବ। ସୋମବାର ଶୂନ୍ୟକାଳ ଓ ଭୋଜନ ଅବକାଶ ହେବ ନାହିଁ। ମଙ୍ଗଳବାର ଦିନ ଶୂନ୍ୟକାଳ ହେବ କିନ୍ତୁ ଭୋଜନ ଅବକାଶ ହେବନାହିଁ ବୋଲି ବିଜିନେସ୍ ଆଡଭାଇଜରି କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି।
ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ଭାଗ ନେବ ବିଜେଡି
/sambad/media/post_attachments/wp-content/uploads/2019/06/pinaki.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)