୪ ରାଜ୍ୟସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କଲା ବିଜେଡି: ପୁଣି ଥରେ ସସ୍ମିତ; ସୁଲତା, ମାନସ ଓ ନିରଞ୍ଜନଙ୍କୁ ଦିଲ୍ଲୀ ଟିକେଟ୍

ଭୁବନେଶ୍ବର: ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜୁ ଜନତା ଦଳ ତା’ର ୪ ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘେ‌ା‌ଷଣା କରିଛି। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ୪ ଜଣଙ୍କ ପ୍ରାର୍ଥୀତ୍ବ ଉପରେ ମୋହର ଲଗାଇଛନ୍ତି। ବିଜେଡି  ସୁଲତା ଦେଓ, ମାନସ ରଞ୍ଜନ ମଙ୍ଗରାଜ, ଡକ୍ଟର ସସ୍ମିତ ପାତ୍ର ଓ ନିରଞ୍ଜନ ବିଶିଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରିଛି।

ଦଳର ମୁଖପାତ୍ର ସୁଲତା ଦେଓଙ୍କୁ ରାଜ୍ୟସଭା ପଠାଇବାକୁ ଦଳ ନିଷ୍ପତ୍ତି କରିଥିବା ବେଳେ ବିଜେଡିର  ଗଣମାଧ୍ୟମ ବ୍ୟାପାର ସଚିବ ମାନସ ରଞ୍ଜନ ମଙ୍ଗରାଜଙ୍କୁ ମିଳିଛି ଦିଲ୍ଲୀ ଟିକେଟ୍ । ସେହିପରି ପୂର୍ବରୁ ରାଜ୍ୟସଭା ସଦସ୍ୟ ଥିବା ଡ.ସସ୍ମିତ ପାତ୍ରଙ୍କୁ ଦୋହରାଇଛି ଦଳ। ଆଦିବାସୀ ନେତା ନିରଞ୍ଜନ ବିଶିଙ୍କୁ ବିଜେଡି ଦିଲ୍ଲୀ ପଠାଉଛି। ସେ ରାଜ୍ୟ ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘର ସାଧାରଣ ସଂପାଦକ ଅଛନ୍ତି।

ସାଂପ୍ରତିକ ରାଜନୈତିକ ସମୀକରଣକୁ ଲକ୍ଷ୍ୟ କରି ୪ ଚେହେରାକୁ ସାମ୍ନାକୁ ଆଣିଛନ୍ତି ବିଜେଡି ସୁପ୍ରିମୋ । ୪ ଚେହେରା ଭିତରେ ସୁଲତା ଦେଓଙ୍କୁ ସାମ୍ନାକୁ ଆଣି ମହିଳା କାର୍ଡ ଖେଳିଛନ୍ତି ନବୀନ । ରାଜ୍ୟସଭାରେ ବର୍ତ୍ତମାନ ଦଳର ଜଣେ ମହିଳା ସାଂସଦ ଅଛନ୍ତି ଓ ସୁଲତାଙ୍କୁ ଆଣି ମହିଳା ସଂଖ୍ୟା ୨କୁ ବୃଦ୍ଧି କରାଯାିଛି।

ସମ୍ବନ୍ଧିତ ଖବର