ନୂଆଦିଲ୍ଲୀ : ରାଜ୍ୟସଭାର ଶୂନ୍ୟକାଳରେ ଆଜି ବିଜେ଼ଡି କୋଇଲା ରୟାଲିଟି ସଂଶୋଧନ ନେଇ ଦାବି କରିଛି। ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇଥିଲେ ବିଜେ଼ଡି ସାଂସଦ ଅମର ପଟ୍ଟନାୟକ। ଶ୍ରୀ ପଟ୍ଟନାୟକ କହିଥିଲେ ପ୍ରତି ତିନି ବର୍ଷରେ କୋଇଲା ରୟାଲିଟିର ସଂଶୋଧନ ହେବା କଥା। ଓଡ଼ିଶା ସମେତ ଅନେକ ରାଜ୍ୟରେ କୋଇଲା ଉତ୍ତୋଳନ ଯୋଗୁଁ ପର୍ଯ୍ୟାବରଣର ଅବକ୍ଷୟ ହେଉଛି। ମୁଖ୍ୟମନ୍ତ୍ରୀ କୋଇଲା ରୟାଲିଟି ଦର ୧୨ ପ୍ରତିଶତରୁ ୨୦ ପ୍ରତିଶତକୁ ବୃଦ୍ଧି କରିବା ପାଇଁ ଦାବି କରିସାରିଛନ୍ତି। ଶେଷଥର ପାଇଁ ଏପ୍ରିଲ ୨୦୧୨ରେ କୋଇଲା ରୟାଲିଟି ଦର ସଂଶୋଧନ ହୋଇଥିଲା। ନିୟମ ମୁତାବକ ୨୦୧୫ରେ ପୁଣି ସଂଶୋଧନ କରାଯିବାର ଥିଲା। କିନ୍ତୁ ଏହା ଏଯାବତ୍ ହୋଇନାହିଁ। ଏହି ପ୍ରସଙ୍ଗକୁ ଜିଏସ୍ଟି କାଉନସିଲ୍ରେ ଉପସ୍ଥାପନ କରାଯାଇଥିଲା କିନ୍ତୁ ବର୍ତ୍ତମାନ ସୁଦ୍ଧା ଏହାକୁ ମଞ୍ଜୁରି ମିଳିନାହିଁ। ଅପରପକ୍ଷେ ଜିଏସଟି କାଉନସିଲ୍ ଦ୍ବାରା କ୍ଲିନ୍ସେସ ନିର୍ଦ୍ଧାରଣ କରାଯାଇଛି। କ୍ଲିନସେସ୍ରୁ ରାଜ୍ୟ ସରକାର କିଛି ମଧ୍ୟ ପାଇବେ ନାହିଁ। ଶୀଘ୍ର କୋଇଲା ରୟାଲିଟି ବୃଦ୍ଧି କରାଯାଉ ବୋଲି ଅମର ପଟ୍ଟନାୟକ ଦାବି କରିଛନ୍ତି।
ରାଜ୍ୟସଭାରେ ବିଜେଡି ଉଠାଇଲା କୋଇଲା ରୟାଲିଟି ସଂଶୋଧନ ପ୍ରସଙ୍ଗ
/sambad/media/post_attachments/wp-content/uploads/2019/07/coa.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)