ନୂଆଦିଲ୍ଲୀ : ମହାନଦୀ ଉପରମୁଣ୍ଡରେ ବେଆଇନ ନିର୍ମାଣ କରାଯାଉଥିବା ୬ଟି ବ୍ୟାରେଜ୍ କାର୍ଯ୍ୟକୁ ଛତିଶଗଡ଼ ସରକାର ବନ୍ଦ କରିବା ପାଇଁ ଆଜି ବିଜେଡି ପକ୍ଷରୁ ଲୋକସଭାରେ ଦାବି ହୋଇଛି। ଆଜି ଶୂନ୍ୟକାଳରେ ପ୍ରବଳ ହଟ୍ଟଗୋଳ ମଧ୍ୟରେ ବିଜେଡି ସାଂସଦ ନଗେନ୍ଦ୍ର କୁମାର ପ୍ରଧାନ ମହାନଦୀ ଜଳବିବାଦ ସମ୍ପର୍କରେ ଛତିଶଗଡ଼ ସରକାରଙ୍କ ମନମୁଖି ନିର୍ମାଣ କାର୍ଯ୍ୟ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଥିଲେ। ଛତିଶଗଡ଼ ନିର୍ମାଣ କରିଥିବା ୬ଟି ବ୍ୟାରେଜ କାର୍ଯ୍ୟକୁ ସମ୍ବିଧାନର ଧାରା ୨୫୬ ଅନୁସାରେ ବନ୍ଦ କରିବା ପାଇଁ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶାବଳୀ ଜାରି କରିବାକୁ ବାଚସ୍ପତି ସୁମିତ୍ରା ମହାଜନଙ୍କୁ ଶ୍ରୀ ପ୍ରଧାନ ଅନୁରୋଧ କରିଥିଲେ। ଗତ ଜାନୁଆରି ୨୩ରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଟ୍ରିବ୍ୟୁନାଲ ଗଠନ ପାଇଁ ନିର୍ଦ୍ଦେଶ ଦେବା ଓଡ଼ିଶାବାସୀଙ୍କ ପାଇଁ ଆଶ୍ୱସ୍ତି ଆଣିଥିବା ବେଳେ ଗତମାସ ୨୦ ତାରିଖରେ କେନ୍ଦ୍ର କ୍ୟାବିନେଟ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲ ଗଠନ ପ୍ରସ୍ତାବକୁ ଅନୁମୋଦନ ଦେଇଥିବା ଆଉ ଏକ ଖୁସି ଖବର ବୋଲି ଶ୍ରୀ ପ୍ରଧାନ ଗୃହରେ କହିଥିଲେ। ତେବେ ଛତିଶଗଡ଼ର ଏହି ସବୁ ବ୍ୟାରେଜ କାର୍ଯ୍ୟ ବନ୍ଦ କରାନଗଲେ ଏହାର ପ୍ରତିକୂଳ ପ୍ରଭାବ ହୀରାକୁଦ ଜଳଭଣ୍ଡାର ଉପରେ ପଡ଼ିବ। ପିଇବା ପାଣିର ସଙ୍ଗଟ ସହ ଜୈବ ପର୍ଯ୍ୟଟନ ଏବଂ ଜଳସେଚନ ମଧ୍ୟ ପ୍ରଭାବିତ ହେବ। ଏହାବାଦ୍ କୃଷି ଉପରେ ନିର୍ଭର କରୁଥିବା ୭୦ ପ୍ରତିଶତ ଓଡ଼ିଶାବାସୀଙ୍କ ଉପରେ ମଧ୍ୟ ପ୍ରତିକୂଳ ପ୍ରଭାବ ପଡ଼ିବ ବୋଲି ନଗେନ୍ଦ୍ର କହିଛନ୍ତି।
ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ ନିର୍ମାଣ ବନ୍ଦ କରୁ
ଲୋକସଭାରେ ବିଜେଡିର ଦାବି
/sambad/media/post_attachments/wp-content/uploads/2018/03/Chhattisgarh-barrage-over-Mahanadi-f.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)