ନୂଆଦିଲ୍ଲୀ : ବିଜେଡି ସାଂସଦମାନେ ଗୁରୁବାର ଦିନ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତିନ ଗଡ଼କରୀଙ୍କୁ ସଂସଦ ଭବନର ୬୨ ନମ୍ବର କକ୍ଷରେ ସାକ୍ଷାତ କରିଥିଲେ। ଏହି ଅବସରରେ ଓଡ଼ିଶାରେ ନିର୍ମାଣାଧୀନ ଓ ମଂଜୁରି ବିଭିନ୍ନ ପ୍ରକଳ୍ପ ଉପରେ ଆଲୋଚନା ହୋଇଛି।

Advertisment

ଆଲୋଚନା କାଳରେ ସାଂସଦମାନେ ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଶ୍ରୀ ଗଡ଼କରୀଙ୍କୁ ଅବଗତ କରିଥିଲେ। ଏହି ସବୁ ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଶ୍ରୀ ଗଡ଼କରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା। ଜାରି ରହିଥିବା ପ୍ରକଳ୍ପଗୁଡ଼ିକର କାର୍ଯ୍ୟ ଶେଷ କରିବା ଓ ମଂଜୁରି ଲାଭ କରିଥିବା ପ୍ରକଳ୍ପ ପାଇଁ ପାଣ୍ଠି ପ୍ରଦାନ କରିବାକୁ ସାଂସଦମାନେ ଦାବି କରିଥିଲେ। ଆଲୋଚନା ସମୟରେ ମନ୍ତ୍ରାଳୟର ଅଧିକାରୀ‌ମାନେ ମଧ୍ୟ ଉପସ୍ଥିତ ଥିଲେ। ସାଂସଦମାନଙ୍କ ଦ୍ବାରା ପଚରାଯାଇଥିବା ବିଭିନ୍ନ ପ୍ରକଳ୍ପ ବାବଦରେ ଅଧିକାରୀମାନେ ବିବରଣୀ ପ୍ରଦାନ କରିଥିଲେ। ଦାବି ପୂରଣ ନେଇ ଶ୍ରୀ ଗଡ଼କରୀ ସକରାତ୍ମକ ସଙ୍କେତ ଦେଇଥିବା ଜଣାପଡ଼ିଛି।