କେନ୍ଦ୍ର ଶିକ୍ଷାମନ୍ତ୍ରୀ, କୃଷି ରାଷ୍ଟ୍ରମନ୍ତ୍ରୀଙ୍କୁ ଭେଟିଲେ ବିଜେଡି ସାଂସଦ

ନୂଆଦ୍ଲିଲା : ବିଜେଡି ସାଂସଦଙ୍କ ପ୍ରତିନିଧି ଦଳ ଆଜି ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଏବଂ କେନ୍ଦ୍ର କୃଷି ଓ ଚାଷୀ କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୁସାଲାଙ୍କୁ ସାକ୍ଷାତ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ୨୦୨୦-୨୧ ଆର୍ଥିକବର୍ଷରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ବାବଦ ବଳକା ଅନୁଦାନକୁ ତୁରନ୍ତ ପ୍ରଦାନ କରିବା ପାଇଁ ଶିକ୍ଷାମନ୍ତ୍ରୀ ଶ୍ରୀ ପୋଖରିୟାଲ ନିଶଙ୍କଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ। ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ (ରୁସା)ରେ ୨୦୨୦-୨୧ ଶିକ୍ଷା ବର୍ଷରେ ବଳକା ଥିବା ୧୨୯.୯୬ ଲକ୍ଷ ଟଙ୍କାକୁ ରାଜ୍ୟକୁ ଦେବା ପାଇଁ ଦାବି କରିଥିଲେ। ଏଥିସହିତ ସଂଖ୍ୟାଲଘୁ ଓ ଦିବ୍ୟାଙ୍ଗ ଶିକ୍ଷା ଯୋଜନା ପାଇଁ ବକେୟା ଥିବା ୫୯୮.୦୬ ଲକ୍ଷ ତୁରନ୍ତ ପ୍ରଦାନ କରିବା ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ସାଂସଦ ସସ୍ମିତ ପାତ୍ର, ଅମର ପଟ୍ଟନାୟକ, ସୁବାସ ସିଂ, ଏନ୍‌ ଭାସ୍କର ରାଓ ଭେଟି ଦାବି କେନ୍ଦ୍ରମନ୍ତ୍ରୀଙ୍କୁ ଏ ସଂକ୍ରାନ୍ତରେ ଏକ ଦାବିପତ୍ର ଦେଇଥିଲେ।
ସେପଟେ, ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ସୁବାସ ସିଂ, ଏନ୍‌ ଭାସ୍କର ରାଓ, ମୁନା ଖାଁ ପ୍ରମୁଖ କେନ୍ଦ୍ର କୃଷି ରାଷ୍ଟ୍ରମନ୍ତ୍ରୀ ପୁରୁଷୋତ୍ତମ ରୁପାଲଙ୍କୁ ଭେଟି ଏକ ଦାବିପତ୍ର ଦେଇଥିଲେ। କୃଷି କ୍ଷେତ୍ରରେ ସେଣ୍ଟ୍ରାଲି ସ୍ପୋନସରଡ ସ୍କିମ (ସିଏସଏସ) ଅଧିନରେ ବଳକା ଥିବା କେନ୍ଦ୍ରୀୟ ଅନୁଦାନକୁ ପ୍ରଦାନ କରିବା ପାଇଁ ଦାବି କରିଥିଲେ। ଏତଦ୍‌ବ୍ୟତୀତ କୃଷି ସମ୍ପ୍ରସାରଣ ଓ ଟେକ୍‌ନୋଲୋଜି, ଜାତୀୟ ଖାଦ୍ୟ ସୁରକ୍ଷା ମିଶନ, ଜାତୀୟ ଉଦ୍ୟାନ କୃଷି ମିସନ, ଏନ୍‌ଏମ୍‌ଏସ୍‌ଏ ଆଗ୍ରୋ-ଫରେନ୍ସି ପିକେଭିୱାଇ, ପିଏମ୍‌କେଏସ୍‌ୱାଇ, ଆରକେଭିଭି ଆଦି ବାବଦରେ ବକେୟା ଥିବା ୫୬୮.୦୬ ଲକ୍ଷ ପ୍ରଦାନ ଟଙ୍କା ଶୀଘ୍ର ପ୍ରଦାନ କରିବା ପାଇଁ ଦାବି କରିବା ସହିତ ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର