ନୂଆଦିଲ୍ଲୀ: ବିଜେଡି ସାଂସଦମାନେ କେନ୍ଦ୍ର ସଂସଦୀୟବ୍ୟାପାର ମନ୍ତ୍ରୀ ପ୍ରହଲାଦ ଯୋଷୀଙ୍କୁ ଭେଟିଥିବା ଜଣାଯାଇଛି। ସେମାନେ ସଂସଦୀୟବ୍ୟାପାର ମନ୍ତ୍ରୀଙ୍କୁ ଭେଟି ଏକାମ୍ର କ୍ଷେତ୍ର ପାଇଁ ପ୍ରସ୍ତାବିତ ବାଇ ଲ’ ପ୍ରତ୍ୟାହାର କରିବା ପାଇଁ ଦାବି କରିଛନ୍ତି । ସାଂସଦମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିବା ଲାଗି କାର୍ଯ୍ୟକ୍ରମ ଥିବା ବେଳେ ସେ ଅନୁପସ୍ଥିତ ଥିବାରୁ ସଂସଦୀୟବ୍ୟାପାରମନ୍ତ୍ରୀଙ୍କୁ ସାକ୍ଷାତ କରି ନିଜର ଦାବି ଜଣାଇଛନ୍ତି।
ଶ୍ରୀମନ୍ଦିରରୁ ବାଇ ଲ’ ପ୍ରତ୍ୟାହାର କରାଯିବା ପରେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ହଟାଇବାକୁ ଦିଲ୍ଲୀରେ ଦାବି ହୋଇଛି। ଭୁବନେଶ୍ୱରର ଅନନ୍ତ ବାସୁଦେବ ଓ ବ୍ରହ୍ମେଶ୍ୱର ମନ୍ଦିର ଅଞ୍ଚଳରୁ ପ୍ରସ୍ତାବିତ ବାଇ-ଲ’ ପ୍ରତ୍ୟାହାର ପାଇଁ ଦାବି ଜୋରଦାର ହୋଇଛି । ଏନେଇ ଭୁବନେଶ୍ୱରରେ ଓଡ଼ିଶା ମନ୍ଦିର ସେବାୟତ ସଂଘର ପ୍ରତିବାଦ ଜାରି ରହିଥିବା ବେଳେ ଆଜି ଦିଲ୍ଲୀରେ ବିଜେଡି ସାଂସଦମାନେ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଛନ୍ତି।