ପାର୍ଲାମେଣ୍ଟ୍‌ରେ ତିନ୍‌ ତଲାକ୍‌ ବିଲ୍‌କୁ ବିରୋଧ କଲା ବିଜେଡି

ନୂଆଦିଲ୍ଲୀ: ତିନ୍‌ ତଲାକ୍‌କୁ ଅପରାଧ ଘୋଷଣା କରି ସମ୍ପୃକ୍ତ ସ୍ୱାମୀଙ୍କୁ ତିନି ବର୍ଷ କାରାଦଣ୍ଡ ଦେବା ପାଇଁ ଆଇନ ମନ୍ତ୍ରୀ ରବି ଶଙ୍କର ପ୍ରସାଦ ଲୋକସଭାରେ ଆଗତ କରିଥିବା ବିଲ୍‌କୁ ବିଜେଡି ବିରୋଧ କରିଛି। ବିଜେଡି ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି ଯେ ଏହି ବିଲ୍‌ ତ୍ରୁଟିପୂର୍ଣ୍ଣ। ଏଥିରେ ବହୁ ଅଭ୍ୟନ୍ତରୀଣ ବିରୋଧାଭାସ ରହିଛି।

ଏଆଇଏମ୍‌ଆଇଏମ୍‌ର ଅସାଉଦ୍ଦିନ୍‌ ଓଓ୍ଵାଇସ୍‌ କହିଥିଲେ କି, ଯଦି ଏହି ତିନ୍‌ ତଲାକ୍‌ ବିଲ୍‌ ପାସ୍‌ ହୋଇଯାଏ ତେବେ ଏହା ମୁସଲମାନ ମହିଳାଙ୍କ ପ୍ରତି ଅନ୍ୟାୟ ହେବ। ଏହି ବିଲ୍‌ ମୌଳିକ ଅଧିକାର ଏବଂ ଆଇନଗତ ସ୍ପଷ୍ଟତା ନାହିଁ।

ବିଲ୍‌ ଆଗତ କରି ରବି ଶଙ୍କର ପ୍ରସାଦ କହିଛନ୍ତି: ଆମେ ଇତିହାସ ସୃଷ୍ଟି କରୁଛୁ। ଏହି ଆଇନ୍‌ ମହିଳାମାନଙ୍କର ଅଧିକାର ଏବଂ ନ୍ୟାୟ ପାଇଁ ଉଦ୍ଦିଷ୍ଟ ଏହା। କୌଣସି ପ୍ରାର୍ଥନା, ପ୍ରଥା କିଂବା ଧର୍ମର ବିଷୟ ନୁହେଁ।

ସମ୍ବନ୍ଧିତ ଖବର