ନୂଆଦିଲ୍ଲୀ : ଆସନ୍ତକା ୫ରେ ସଂସଦର ଶୀତକାଳୀନ ଅଧିବେଶନ ସରୁଥିବା ବେଳେ ହେବା ଆସନ୍ତାକାଲି ତିନି ତଲାକ୍ ବିଲ୍କୁ ରାଜ୍ୟସଭାରେ ଆଲୋଚନା ପାଇଁ ଆଗତ କରାଯାଇପାରେ। ସଂଖ୍ୟାଗଣିତ ଦୃଷ୍ଟିରୁ ସରକାରଙ୍କୁ ଏହି ବିଲ୍କୁ ଅନୁମୋଦନ ପାଇଁ କଂଗ୍ରେସ ଓ ଅନ୍ୟ ବିରୋଧୀ ଦଳମାନଙ୍କ ସମର୍ଥନ ହାସଲ କରିବାକୁ ପଡ଼ିବ। ବିଲ୍ ଆଗତ ହେବା ସମୟରେ କଂଗ୍ରେସ, ବିଜେଡି, ଆନ୍ନାଡିଏମ୍କେ, ସମାଜବାଦୀ ପାର୍ଟି ଭଳି ଦଳ ସଂଶୋଧନ ପ୍ରସ୍ତାବ ଦେବେ, ଅଥବା ତାହାକୁ ଷ୍ଟାଣ୍ଡିଂ କମିଟିକୁ ପଠାଇବା ପାଇଁ ଦାବି କରିପାରନ୍ତି।
ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନଡିଏ ସାଂସଦଙ୍କ ସଂଖ୍ୟା ୮୮ ରହିଥିବା ବେଳେ ମୋଦି ସରକଳାରଙ୍କୁ ତିନି ତଲାକ୍ ବିଲ୍କୁ ଗୃହୀତ କରିବା ଲାଗି ଆଉ ୩୫ ଜଣ ସଦସ୍ୟଙ୍କ ସମର୍ଥନ ଜରୁରୀ। ସୁତ୍ର ଅନୁୁସାରେ, ବିଲ୍ରେ କିଛି ସଂଶୋଧନ ସହିତ କଂଗ୍ରେସର ସମର୍ଥନ ପାଇଁ ନେତାମାନଙ୍କ ସହ ବିଚାରବିମର୍ଶ ଆରମ୍ଭ ହୋଇଛି। କଂଗ୍ରେସ ମଧ୍ୟ ସମର୍ଥନ କରିବାର ପ୍ରସ୍ତାବ ଦେଇଥିବା କୁହାଯାଉଛି। ଅପରପକ୍ଷେ, ତିନି ତଲାକ୍ ଉପରେ ବିଜୁ ଜନତା ଦଳ ପକ୍ଷରୁ ଲୋକସଭାରେ ଯେଉଁ ଆଭିମୁଖ୍ୟ ଘୋଷଣା କରାଯାଇଥିଲା ରାଜ୍ୟସଭାରେ ତାହାର ପୁନରାବୃତ୍ତି କରାଯିବ ବୋଲି ଦଳୀୟ ସୁତ୍ରରୁ ଜଣାପଡ଼ିଛି। ବିଲ୍କୁ ସଂଶୋଧନ କରାଯାଇ ଉପସ୍ଥାପନ କରାଯିବା ପାଇଁ ଦାବି କରାଯିବ ବୋଲି କୁହାଯାଉଛି। ବିଲ୍ରେ ଆବଶ୍ୟକ ସଂଶୋଧନ ପ୍ରସ୍ତାବ ମଧ୍ୟ ବିଜେଡି ଆଣିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/talaque.jpeg)