ନୂଆଦିଲ୍ଲୀ: ଦିଲ୍ଲୀରେ ଉଠିଲା ଓଡ଼ିଶା ପ୍ରସଙ୍ଗ । ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ । ରାଜ୍ୟରେ ଜଳୁଛନ୍ତି ମହିଳା, ଦେଖୁଛନ୍ତି ସରକାର । ଓଡିଶାର ବିଜେପି ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ନେଇ ପୁଣି ଥରେ ଅଭିଯୋଗ ଆଣି ଆଜି ସଂସଦ ବାହାରେ ପ୍ରତିବାଦ କରିଛନ୍ତି ବିଜେଡି ସାଂସଦ । ବର୍ଷାରେ ଭିଜି ଭିଜି ଏହି ପ୍ରତିବାଦ କରିଛନ୍ତି ବିଜେଡିର ସାଂସଦମାନେ । ଏଫଏମ କଲେଜ ପ୍ରସଙ୍ଗ ଉଠାଇ ଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ସାଂସଦ ନାରାବାଜି ସହ ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି । ଛାତ୍ରୀ ମୃତ୍ୟୁ ଘଟଣାରେ ବିଚାର ବିଭାଗୀୟ ତଦନ୍ତ ଦାବି କରିଛି ବିଜେଡ଼ି ।

Advertisment

ତେବେ ବାଲେଶ୍ବର ଘଟଣା ଠାରୁ ବଳଙ୍ଗା ଯାଏଁ ମହିଳା ଅସୁରକ୍ଷିତ ନେଇ ବିଜେଡି ଅଭିଯୋଗ ଆଣିବା ସହ ରାଜ୍ୟରେ ମୋହନ ସରକାର ଶୋଇଥିବା କହିଛନ୍ତି ସାଂସଦ ସସ୍ମିତ ପାତ୍ର । ଓଡ଼ିଶାରେ ମହିଳା ଏବଂ ଶିଶୁ ଅସୁରକ୍ଷିତ । ଡବଲ ଇଞ୍ଜିନ ସରକାରରେ ମହିଳାଙ୍କୁ ନ୍ୟାୟ ମିଳୁନି । ଏକଥା ସଂସଦ ଶୁଣୁ, କେନ୍ଦ୍ର ସରକାର ଶୁଣନ୍ତୁ ଏବଂ ଓଡ଼ିଶାର ମହିଳାଙ୍କୁ ସୁରକ୍ଷା ମିଳୁ, ନ୍ୟାୟ ମିଳୁ ବୋଲି ଦାବି କରିଛନ୍ତି ।

ସେହିପରି ସାଂସଦ ସୁଲତା ଦେଓ କହିଛନ୍ତି- ଓଡିଶା ସରକାରଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭଙ୍ଗ ହେଉ ଆଉ ମହିଳାଙ୍କ ନ୍ୟାୟ ମିଳୁ । ଡବଲ ଇଞ୍ଜିନ ଆମ ଓଡ଼ିଶାକୁ ଦ୍ରୁତ ଗତିରେ ଲଜ୍ଜା ଆଡ଼କୁ ନେଉଛୁ ବୋଲି ସୁଲତା ଟାର୍ଗେଟ୍ କରିଛନ୍ତି । ଆମେରିକା ଓଡିଶା ଅସୁକ୍ଷିତ ବୋଲି କହିବା ପରେ ବଳଙ୍ଗା ମାମଲାରେ ସୁପ୍ରିମକୋର୍ଟ ଲଜ୍ଜା ବୋଲି କହିଛନ୍ତି । ଓଡିଶାର ମହିଳାଙ୍କ ପାଇଁ ଲଢେଇ ପଲ୍ଲୀରୁ ଦିଲ୍ଲୀ ଯାଏଁ ଚାଲିବ ବୋଲି ସେ କହିଛନ୍ତି