ଲୋକସଭାରେ ଶ୍ରମ ସୁରକ୍ଷା ସମ୍ପର୍କିତ ୩ଟି ବିଲ୍‌କୁ ବିଜେଡିର ସମର୍ଥନ

ନୂଆଦିଲ୍ଲୀ: ଲୋକସଭାରେ ଆଜି ବିଜୁ ଜନତା ଦଳ (ବିଜେଡି) ଶ୍ରମ ସୁରକ୍ଷା ସମ୍ପ୍ରକିତ ତିନୋଟି ବିଲ୍‌କୁ ସମର୍ଥନ ଜଣାଇଛି ।
ଦେଶର ବୃହତ୍ ସ୍ୱାର୍ଥ ତଥା ବ୍ୟବସାୟିକ ବାତାବରଣକୁ ଦୃଷ୍ଟିରେ ରଖାଯାଇ ବିଜେଡି ଏହି ବିଲ୍‌ ସମର୍ଥନ କରିଥିବା ଲୋକସଭାରେ ବିଜେଡିର ନେତା ପିନକୀ ମିଶ୍ର ଆଲୋଚନାରେ ଭାଗ ନେଇ କହିଥିଲେ। ସେ କହିଥିଲେ, ଶ୍ରମ ସମ୍ପର୍କିତ ଷ୍ଟାଣ୍ଡିଂ କମିଟି ଦ୍ୱାରା ଅନେକ ମାସ ଧରି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା ସେଥିରୁ ୭୪ ପ୍ରତିଶତ ସୁପାରିଶରୁ ସରକାର ଗ୍ରହଣ କରିଛନ୍ତି । ଓଡ଼ିଶାରେ ଇନ୍‌ସ୍ପେକ୍ଟର ରାଜ ଶେଷ କରାଯାଇ ଯେଭଳି ନିର୍ଦ୍ଦେଶକ ପଦ ସୃଷ୍ଟି କରାଯାଇଛି ସେହିଭଳି ବର୍ତ୍ତମାନର ବିଲ୍‌ରେ ଚିଫ୍ ଇନ୍‌ସ୍ପେକ୍ଟରର ପରିଭାଷାକୁ ପୁନର୍ବିଚାର କରିବା ପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦୃଷ୍ଟି ଆକର୍ଷଣ କରିଥିଲେ ଓ ଶ୍ରମିକମାନଙ୍କ ପାଇଁ ଆଧାରକୁ ବାଧ୍ୟତାମୂଳକ ନକରିବା ପାଇଁ ସାଂସଦ ଶ୍ରୀ ମିଶ୍ର ପରାର୍ମଶ ଦେଥିଲେ ।

ସମ୍ବନ୍ଧିତ ଖବର