ରାଜ୍ୟସଭାରେ ତିନି ତଲାକ୍ ବିଲକୁ ସମର୍ଥନ ଦେବ ବିଜେଡି

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ଆଗତ ହେବ ତିନି ତଲାକ୍ ବିଲ୍ ।  ଲୋକସଭାରେ ଏହି ବିଲକୁ ମଂଜୁରି ମିଳିବା ପରେ ଆଜି ରାଜ୍ୟସଭାରେ ଏହି ବିଧେୟକ ଆଣିବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଆଜି ରାଜ୍ୟସଭାରେ ଏହି ତିନି ତଲାକ୍ ବିଲକୁ ବିଜେଡି ସମର୍ଥନ ଦେବ ବୋଲି ଜଣାଯାଇଛି। ଏସଂପର୍କରେ ବିଜେଡିର  ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ  ସୂଚନା ଦେଇଛନ୍ତି।


ସୂଚନାଯୋଗ୍ୟ ଯେ  ଏହା ଉପରେ ଭୋଟିଂ ପାଇଁ ଶାସକ ବିଜେପି , ସାଂସଦଙ୍କ ପାଇଁ ହ୍ୱିପ୍ ଜାରି କରିଛି । ଲୋକସଭାରେ କଂଗ୍ରେସ, ସମାଜବାଦୀ ପାର୍ଟି, ତୃଣମୂଳ କଂଗ୍ରେସ ଏବଂ ଡିଏମକେ ବ୍ୟାକ୍ ଆଉଟ୍ କରିବା ପରେ ମଧ୍ୟ ଏହି ବିଲ୍ ପାରିତ ହୋଇଥିଲା ।

photo–nagaland page

ତେବେ ରାଜ୍ୟସଭାରେ ଏହି ବିଲକୁ ପାସ୍ କରାଇବା ପାଇଁ କିନ୍ତୁ ବିଜେପି ପାଖରେ ସଂଖ୍ୟା ନାହିଁ । ଏଭଳି ସ୍ଥିତିରେ ସହଯୋଗୀ ଦଳ ଜେଡିୟୁ ମଧ୍ୟ ବିଲ୍ ବିପକ୍ଷରେ ଭୋଟ୍ ଦେବ ନାହିଁ ବୋଲି ସୂଚନା ଦେଇସାରିଛି । ପତ୍ନୀଙ୍କୁ ତିନି ଥର ତଲାକ କହି ତଲାକ୍ ଦିଆଯାଉଥିବା ବେଳେ ଏହା ଉପରେ ରୋକ୍ ଲଗାଇବା ପାଇଁ ସରକାର ଆଇନ୍ ଆଣିଛନ୍ତି, ଯେଉଁଥିରେ ଦୋଷୀଙ୍କୁ ୩ ବର୍ଷ ଯାଏଁ ଦଣ୍ଡର ବ୍ୟବସ୍ଥା ରହିଛି ।

ସମ୍ବନ୍ଧିତ ଖବର