ଓଡ଼ିଶାର ୧୦ ଆକାଂକ୍ଷୀ ଜିଲ୍ଲାରେ ବିଜେଡ଼ିର ଉତ୍ତମ ପ୍ରଦର୍ଶନ

ନୂଆଦିଲ୍ଲୀ : ଦେଶର ୧୧୧ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକ ମଧ୍ୟରୁ ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାମାନଙ୍କରେ ଚଳିତ ଲୋକସଭା ଓ ବିଧାନସଭା ନିର୍ବାଚନରେ ବିଜେଡି ଉତ୍ତମ ପ୍ରଦର୍ଶନ କରିଛି। ଢେଙ୍କାନାଳ, କନ୍ଧମାଳ, ଗଜପତି, ରାୟଗଡ଼ା, ନବରଙ୍ଗପୁର ଓ ମାଲକାନଗିରି ଜିଲ୍ଲାରେ ବିଜେଡିର ପଦର୍ଶନ ସନ୍ତୋଷଜନକ ଥିବାବେଳେ ବଲାଙ୍ଗିର, ନୂଆପଡ଼ା ଜିଲ୍ଲାରେ ବିଜେପି ଭଲ ପ୍ରଦର୍ଶନ କରିଛି। ଅପରପକ୍ଷେ କୋରାପୁଟ୍ ଜିଲ୍ଲାରେ କଂଗ୍ରେସର ପ୍ରଦର୍ଶନ ମଧ୍ୟ ଠିକ୍ ରହିଛି। କେନ୍ଦ୍ର ସରକାରଙ୍କ ଦ୍ବାରା ଦେଶର ୧୧୧ ଆକାଂକ୍ଷୀ ଜିଲ୍ଲା ଗୁଡ଼ିକୁ ଚିହ୍ନଟ କରାଯାଇ ସେମାନଙ୍କୁ ବିକଶିତ କରିବା ପାଇଁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା। ସ୍ବାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଏବଂ ଜଳସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତିକରଣ, ଦକ୍ଷତା ବିକାଶ ଏବଂ ମୌଳିକ ଭିତ୍ତିଭୂମି ଭଳି ୬ଟି ଶ୍ରେଣୀରେ ଆକାଂକ୍ଷୀ ଜିଲ୍ଲାମାନଙ୍କର ରୢାଙ୍କିଂ ନୀତି ଆୟୋଗ ଦ୍ବାରା ନିର୍ଦ୍ଧାରଣ କରାଯାଇଥାଏ। ପ୍ରତିଦ୍ବନ୍ଦ୍ବିତାରେ ରାଜ୍ୟର ଆକାଂକ୍ଷୀ ଜିଲ୍ଲାମାନଙ୍କର ପ୍ରଦର୍ଶନ ଉତ୍ତମ ରହିଛି।

ସମ୍ବନ୍ଧିତ ଖବର