ନୁଆଦିଲ୍ଲୀ : ଆଜି ଲୋକସଭାରେ ବ୍ୟାଙ୍କିଂ ରେଗୁଲେସନ୍ (ସଂଶୋଧନ) ବିଲ୍-୨୦୨୦କୁ ବିଜେଡି ସମର୍ଥନ ଜଣାଇଛି। ଆଲୋଚନାରେ ଭାଗ ନେଇ ବ୍ୟାଙ୍କିଂ ରେଗୁଲେସନ (ସଂଶୋଧନ) ବିଲ୍କୁ ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଲୋକସଭାରେ ବିଜେଡି ନେତା ପିନାକୀ ମିଶ୍ର କହିଥିଲେ। ବିଲ୍ ଗୃହୀତ ହେବା ସ୍ଥିତିରେ ରାଜ୍ୟ ସରକାରଙ୍କ ପଞ୍ଜିକୃତ କୋ-ଅପରେଟିଭ୍ ସୋସାଇଟ୍ ମାନଙ୍କର କ’ଣ ଭୂମିକା ହେବ ବୋଲି ସେ କେନ୍ଦ୍ର ସରକରାଙ୍କ ଠାରୁ ସ୍ପଷ୍ଟୀକରଣ ଲୋଡ଼ିଥିଲେ। ଏଥିସହିତ ସେ ପିଏମ୍ସି ଜମାକର୍ତ୍ତାମାନଙ୍କ ପାଇଁ ସକ୍ରିୟ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିଲେ। ଏହି ବିଲ୍ର ଆଲୋଚନା ବେଳେ ପିନାକୀ ମିଶ୍ର ଆର୍ବିଆଇ ଓ ୟେସ୍ ବ୍ୟାଙ୍କ ପ୍ରସଙ୍ଗ ମଧ୍ୟ ଉଲ୍ଲେଖ କରିଥିଲେ। ୟେସ୍ ବ୍ୟାଙ୍କକୁ ମହାପ୍ରଭୁ ଜଗନ୍ନାଥଙ୍କ ଟଙ୍କା ଫେରି ଆସିଥିବା ମାମଲାକୁ ଉଲ୍ଲେଖ କରି ସେ ଆର୍ବିଆଇର ଭୂୟସୀ ପ୍ରଶଂସା କରିଥିଲେ।
ବ୍ୟାଙ୍କିଂ ରେଗୁଲେସନ (ସଂଶୋଧନ) ବିଲ୍କୁ ବିଜେଡିର ସମର୍ଥନ
/sambad/media/post_attachments/wp-content/uploads/2020/09/pinaki-mishra.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)