ନୂଆଦିଲ୍ଲୀ: ତିହାର ଜେଲରୁ ପ୍ରତିଦିନ ଦିଲ୍ଲୀ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ନୂଆ ନୂଆ ଭିଡିଓ ସାମ୍ନାକୁ ଆସିଛି। ଜେଲରେ ରହି ମଧ୍ୟ ତାଙ୍କୁ କିଭଳି ଭିଆଇପି ଭଳି ରଖାଯାଇଛି, ତାହା ସିସିଟିଭି ଫୁଟେଜରେ ଦେଖିବାକୁ ମିଳିଛି। ଏହାକୁ ନେଇ ବିବାଦ ମୁଣ୍ଡ ଟେକିସାରିଥିବା ବେଳେ ଗୁଜରାଟ ବିଧାନସଭା ନିର୍ବାଚନରେ ​​ପ୍ରଚାର ପାଇଁ ସୁରଟରେ ପହଞ୍ଚିଥିବା ଅରବିନ୍ଦ କେଜ୍ରିୱାଲ ଏନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି।

Advertisment

ବିଜେପିକୁ କଟାକ୍ଷ କରି ସେ କହିଛନ୍ତି ଯେ, ବିଜେପି ଦିଲ୍ଲୀରେ ଲୋକଙ୍କୁ ଗ୍ୟାରେଣ୍ଟି ଦେଇଛି ଯେ, ନିର୍ବାଚ ଜିତିଲେ ସେମାନେ ପ୍ରତ୍ୟେକ ୱାର୍ଡରେ ଭିଡିଓ ଦୋକାନ ଖୋଲିବେ। ବିଜେପି ବର୍ତ୍ତମାନ ଏକ ଭିଡିଓ ତିଆରି କରୁଥିବା  କମ୍ପାନିରେ ପରିଣତ ହୋଇଛି। ଏବେ ଦିଲ୍ଲୀର ଲୋକମାନେ ନିଷ୍ପତ୍ତି ନେବେ ଯେ ସେମାନଙ୍କୁ ଭିଡିଓ ତିଆରି କରୁଥିବା କମ୍ପାନି ଦରକାର ନା ସରକାର ଭଲ ଭାବରେ ଚଳାଉଥିବା ଏବଂ ସେମାନଙ୍କ ପିଲାମାନଙ୍କର ଭବିଷ୍ୟତ ଉଜ୍ବଳ କରୁଥିବା ସରକାର ଦରକାର।

ଏହା ପରେ ଗୁଜରାଟ ବିଧାନସଭା ନିର୍ବାଚନକୁ ନେଇ ​​ଅରବିନ୍ଦ କେଜ୍ରିୱାଲ କହିଛନ୍ତି ଯେ, ଆପଣ ରାସ୍ତାକୁ ବାହାରି ଲୋକଙ୍କୁ ପଚାରନ୍ତୁ, ସେମାନେ କାହାକୁ ଭୋଟ୍ ଦେବେ? ସେମାନେ ବିଜେପି କିମ୍ବା ଆମ୍ ଆଦମୀ ପାର୍ଟି ବୋଲି କହିବେ। ବିଜେପି କହୁଥିବା ଲୋକଙ୍କ ସହ ୫ମିନିଟର ସାଧାରଣ ବାର୍ତ୍ତାଳାପ ପରେ ସେହି ବ୍ୟକ୍ତି କହିବେ ଯେ ମୋର ପୁରା ପଡ଼ୋଶୀ ଝାଡୁକୁ ଭୋଟ୍ ଦେବାକୁ ଚାହୁଁଛି। ମୁଁ ମଧ୍ୟ ଝାଡୁକୁ ଭୋଟ୍ ଚାହୁଁଛି, କିନ୍ତୁ ଆମେ ବିଜେପିକୁ ଭୟ କରୁଛୁ। ଯେତେ ଲୋକ ବିଜେପିକୁ ଭୋଟ୍ ଦେବେ ବୋଲି କହୁଛନ୍ତି ସେମାନଙ୍କ ସହ କଥା ହେବା ପରେ ଶେଷରେ ଏହି କଥା ଶୁଣିବାକୁ ମିଳୁଛି।