ପାଶୱାନ୍‌ଙ୍କ ଦାବି ମାନିଲା ବିଜେପି

ନୂଆଦିଲ୍ଲୀ: ବିହାରରେ ଏନ୍‌ଡିଏ ଆସନ ବୁଝାମଣା ଆଜି ଚୂଡ଼ାନ୍ତ ହୋଇଛି। ଖୁବ୍‌ ଶୀଘ୍ର ଏ ବାବଦରେ ଆନୁଷ୍ଠାନିକ ଘୋଷଣା ହେବ ବୋଲି ବିଜେପି ଏବଂ ଏଲ୍‌ଜେପି ସୂତ୍ରରୁ ଜଣାପଡ଼ିଛି। ଗତକାଲି ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କୁ ଏଲ୍‌ଜେପି ସୁପ୍ରିମୋ ରାମବିଳାଶ ପାଶୱାନ୍‌ ଏବଂ ତାଙ୍କ ପୁଅ ଚିରାଗ ପାଶୱାନ୍‌ ଭେଟି ଆସନ ବୁଝାମଣା ନେଇ କେତେକ ଦାବି ଉପସ୍ଥାପନ କରିଥିଲେ। ଆଜି ପାଶୱାନ୍‌ ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲିଙ୍କୁ ଭେଟି ଆଲୋଚନା କରିବାପରେ ଆସନ ବୁଝାମଣା ଚୂଡ଼ାନ୍ତ ହୋଇଛି। ବିହାରରେ ବିଜେପି ଏବଂ ଜେଡିୟୁ ୧୭ଟି ଲେଖାଏଁ ଲୋକସଭା ଆସନରେ ଲଢ଼ିବେ ଏବଂ ଏଲ୍‌ଜେପି ୬ଟି ଆସନରେ ଲଢ଼ିବ ବୋଲି ସ୍ଥିର ହୋଇଛି।

ସମ୍ବନ୍ଧିତ ଖବର