ଟିଏମ୍‌ସି ବିଧାୟକଙ୍କ ପତ୍ନୀ ୧ କୋଟି ଟଙ୍କାର ଲଟେରି ଜିତିବା ପରେ ମନି ଲଣ୍ଡ୍ରିଂ ଅଭିଯୋଗ ଆଣିଲେ ବିଜେପି ନେତା

କୋଲକାତା: ପଶ୍ଚିମବଙ୍ଗରେ ତୃଣ ମୂଳ କଂଗ୍ରେସ(ଟିଏମ୍‌ସି) ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ୧ କୋଟି ଟଙ୍କାର ଲଟେରି ଜିତିବା ପ‌ରେ ଏହାକୁ ଟାର୍ଗେଟ କରିଛନ୍ତି ପଶ୍ଚିମବଙ୍ଗର ବିରୋଧୀ ଦଳର ନେତା ସଭେନ୍ଦୁ ଅଧିକାରୀ। ସେ କହିଛନ୍ତି ଯେ ସରକାର ଲଟେରି ନାମରେ ଟଙ୍କା ହଡ଼ପ କରୁଛନ୍ତି। ବିଜେପିର ଏହି ବରିଷ୍ଠ ନେତା ଜଣକ ଅଭିଯୋଗ ଆଣି କହିଛନ୍ତି ଯେ ଶାସକ ଦଳ ଟିଏମ୍‌ସି ମନି ଲଣ୍ଡ୍ରିଂ ମାମଲାରେ ସଂପୃକ୍ତ।

ସେ କହିଛନ୍ତି ଯେ ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇ ଏହି ଲଟେରି କରାଯାଉଛି। ସାଧାରଣ ଲୋକ ଟଙ୍କା ଦେଇ ଲଟେରି ଟିକେଟ କିିଣୁଛନ୍ତି ମାତ୍ର ଭିତରେ ଭିତରେ ବିଜୟୀ ହେଉଛନ୍ତି ଟିଏମ୍‌ସି ବିଧାୟକଙ୍କ ପତ୍ନୀ। ଟଙ୍କା ହଡ଼ପ କରିବାର ଏହା ଏକ ସୁବିଧା ଉପାୟ ବୋଲି ସେ କହିଛନ୍ତି।

 

ପ୍ରଥମେ ଅନୁବ୍ରତ ମଣ୍ଡଳ ଜ୍ୟାକ୍‌ପଟ ଜିତିବା ଓ ଏବେ ଟିଏମ୍‌ସି ବିଧାୟକ ବିବେକ ଗୁପ୍ତାଙ୍କ ପତ୍ନୀ ୧ କୋଟି ଟଙ୍କା ଜିତିବା ଏକ ସଂଯୋଗ ନୁହେଁ, ପୂର୍ବକଳ୍ପିତ ବୋଲି ବିରୋଧୀ ଦଳର ନେତା ଅଭିଯୋଗ ଆଣିଛନ୍ତି।

ସେ ଏକ ଟ୍ବିଟ୍‌ ପୋଷ୍ଟ୍‌ କରି ଏପରି ଲେଖିବା ସହ ‌ସେଥିରେ ଏକ ଭିଡିଓ ବି ପୋଷ୍ଟ୍‌ କରିଛନ୍ତି। ସେ ନିଜର କ୍ଷୋଭ ପ୍ରକାଶ କରୁଥିବା ଭିଡିଓରେ ଦେଖିବାକୁ ମିଳଛି।

ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ‘ଡିୟର୍‌ ଲଟେରି’ ହେଉଛି ପଶ୍ଚିମବଙ୍ଗର ଏକ ବହୁ ଲୋକପ୍ରିୟ ଲଟେରି। ଯାହା ଏବେ ଆଉ ପୂର୍ବ ପରି ଠିକ୍‌ ଭାବେ ପରିଚାଳିତ ହେଉନାହିଁ ବୋଲି ସଭେନ୍ଦୁ ଅଧିକାରୀ ତାଙ୍କ ଅଭିଯୋଗରେ କହିଛନ୍ତି।

ସମ୍ବନ୍ଧିତ ଖବର