ପ୍ରିୟଙ୍କା ଚୋପ୍ରାଙ୍କ ମେଟ୍‌ ଗାଲାର ଫଟୋରେ ମମତା ବାନାର୍ଜୀଙ୍କ ମୁହିଁ ଲଗାଇ ନକଲି ଫଟୋ ସେୟାର କଲେ ମହିଳା, ଗିରଫ କଲା ପୁଲିସ

କୋଲକାତା : କିଛି ଦିନ ତଳେ ମେଟ୍‌ ଗାଲା ୨୦୧୯ରେ ଥିବା ପ୍ରିୟଙ୍କାଙ୍କ ଲୁକ୍‌କୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା । ତାଙ୍କ ଫଟୋ ସାମ୍ନାକୁ ଆସିବା ପରେ ଲୋକେ ଟ୍ରୋଲ କରିବା ସହ ବୀରାପ୍ପାନଙ୍କ ନିଶ ସହ ପ୍ରିୟଙ୍କାଙ୍କ କେଶ ସଜ୍ଜାକୁ ତୁଳନା କରିଥିଲେ । ତେବେ ଏବେ ସବୁ ଚର୍ଚ୍ଚା ମଧ୍ୟରେ ଆଉ ଏକ ନୂଆ ଖବର ସାମ୍ନାକୁ ଆସିଛି । ହାଓ୍ଵଡ଼ା ଜିଲ୍ଲାର ଜଣେ ମହିଳା ପ୍ରିୟଙ୍କାଙ୍କ ମେଟ୍‌ ଗାଲା ଫଟୋକୁ ଏଡିଟ୍‌ କରି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମୁହଁ ଲଗାଇଥିବାରୁ ଗିରଫ କରିଛି ପୁଲିସ । ମହିଳାଜଣଙ୍କ ଫଟୋ ଏଡିଟ୍‌ କରି ସୋସିଆଲ ମିଡିଆରେ ସେୟାର କରିଥିଲେ । ଯାହା ଧିରେ ଧିରେ ଭାଇରାଲ ହୋଇଥିଲା । ଫଟୋ ଭାଇରାଲ ହେବା ପରେ ଦାସନଗର ପୁଲିସ ଷ୍ଟେସନରେ ତାଙ୍କ ବିରୋଧରେ ଏତଲା ରୁଜୁ ହୋଇଥିଲା ।

indiatimes.com

ମହିଳାଙ୍କ ନାଁ ପ୍ରିୟଙ୍କା ଶର୍ମା ବୋଲି ଜଣା ପଡ଼ିଥିବା ବେଳେ ସେ ବିଜେପି ଯୁବା ମୋର୍ଚ୍ଚାର ମୁଖ୍ୟ ଅଛନ୍ତି । ଫଟୋ ଏଡିଟ୍‌ କରି ସେ ନିଜର ଫେସ୍‌ବୁକ୍‌ ଟାଇମ୍‌ଲାଇନ୍‌ରେ ସେୟାର କରିବା ପରେ ତାଙ୍କୁ ଗିରଫ କରାଯାଇଛି ।

ସମ୍ବନ୍ଧିତ ଖବର