ନୂଆଦିଲ୍ଲୀ : ଦିଲ୍ଲୀରେ ପ୍ରଦୂଷଣ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ବିଜେପି ନେତାମାନେ ବୁଧବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଇସ୍ତଫା ‌ଦାବି କରିଛନ୍ତି। ବିଜେପି ସାଂସଦ ଏବଂ ପୂର୍ବତନ ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ କହିଛନ୍ତି, ସହରର ଏକ୍ୟୁଆଇ (ବାୟୁର ମାନ ସୁଚକାଙ୍କ) ଦୀପାବଳି ପୂର୍ବରୁ ଅତି ଖରାପ୍‌ ଥିଲା। ଦୀପାବଳି ପରେ ବାୟୁର ମାନ ଭଲ ଅଛି। ତେଣୁ ଦୀପାବଳି ପାଇଁ ଦିଲ୍ଲୀରେ ବାୟୁ ପ୍ରଦୂଷଣ ହେଉଛି ବୋଲି ଦାୟୀ କରିବା ଭୁଲ୍‌।

Advertisment

ଅନ୍ୟପକ୍ଷେ ପଶ୍ଚିମ ଦିଲ୍ଲୀର ବିଜେପି ସାଂସଦ ପରବେଶ ସାହିବ ସିଂହ କେଜ୍ରିୱାଲଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ କେଜ୍ରିୱାଲ ବିଫଳ ହୋଇଥିବାରୁ ପରବେଶ ତାଙ୍କ ଇସ୍ତଫା ଦାବି କରିଛନ୍ତି। ପର‌ବେଶ କହିଛନ୍ତି, ଯଦି ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ତୁମ ନିକଟ‌ରେ କିଛି ସମାଧାନ ନାହିଁ ତେବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦିଅ।