ଆନ୍ଦୋଳନ ପଛରେ କେଜ୍ରିଓ୍ଵାଲ୍‌ଙ୍କ ଷଡ଼୍‍ଯନ୍ତ୍ର: ବିଜେପି

ନୂଆଦିଲ୍ଲୀ: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲଙ୍କ ଅନଶନ ଅସଲରେ ମୋଦି ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବାର ଏକ ଯୋଜନା ଏବଂ ଏହାକୁ ଅତ୍ୟନ୍ତ ଷଡ଼୍‍ଯନ୍ତ୍ରପୂର୍ଣ୍ଣ ଭାବେ କାର୍ଯ୍ୟକାରୀ କରାଯାଉଛି ବୋଲି ଆଜି ବିଜେପି ଅଭିଯୋଗ ଆଣିଛି। ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିଓ୍ଵାରୀ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ଯେ, ୨୦୧୯ ନିର୍ବାଚନ ପୂର୍ବରୁ ବିଜେପି ବିରୋଧୀ ଦଳଙ୍କୁ ନେଇ ନୂଆ ମେଣ୍ଟ ଗଢ଼ିବାକୁ କେଜ୍ରିଓ୍ଵାଲ ଡ୍ରାମା ଚଳାଇଛନ୍ତି। ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଏଭଳି ହୀନ ରାଜନୀତି କରିବା ଦୁର୍ଭାଗ୍ୟପୂର୍ଣ୍ଣ ବୋଲି ସେ କହିଛନ୍ତି।

ରାହୁଲଙ୍କୁ କେଜ୍ରିଓ୍ଵାଲଙ୍କ ପ୍ରଶ୍ନ: ଦିଲ୍ଲୀ ନା ବିଜେପି
ନୂଆଦିଲ୍ଲୀ: ଆପ୍‌ ନେତା ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ବିଗତ ୭ ଦିନ ହେବ ଧାରଣାରେ ବସିଥିବା ବେଳେ ଏହାକୁ ନେଇ ତମାମ୍‌ ବିରୋଧୀ ଦଳ ମଧ୍ୟ ସମର୍ଥନ କରିଛନ୍ତି। କିନ୍ତୁ ବିଜେପି ବିରୋଧୀ ମୁଖ୍ୟ ଦଳ କଂଗ୍ରେସ ଏହି ଘଟଣାରୁ ଦୂରେଇ ରହିବା ପରେ ଏହାକୁ ନେଇ ରାଜନୀତି ସରଗରମ ହୋଇଛି। ଆଜି କେଜ୍ରିଓ୍ଵାଲ ଟ୍ଵିଟ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସମର୍ଥନ ମାଗିବା ସହ ପ୍ରଶ୍ନ ମଧ୍ୟ ପଚାରିଛନ୍ତି। ଦିଲ୍ଲୀର ବିଜେପି ବିରୋଧୀ ସରକାର ନା କେନ୍ଦ୍ରର ବିଜେପି ସରକାର, ଆପଣ କାହାକୁ ସମର୍ଥନ କରୁଛନ୍ତିି ବୋଲି କେଜ୍ରିଓ୍ଵାଲ ପ୍ରଶ୍ନ କରିଛନ୍ତି। ଅପରପକ୍ଷେ, କ୍ରେଜିଓ୍ଵାଲଙ୍କୁ ସମର୍ଥନ ନକରି ରାହୁଲ ଭୁଲ କରୁଛନ୍ତି ବୋଲି ମଧ୍ୟ କିଛି ରାଜନୈତିକ ବିଶ୍ଳେଷକ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର