ନୂଆଦିଲ୍ଲୀ: ନିର୍ଭୟା ଗଣଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ୪ ଦୋଷୀଙ୍କ ଫାଶୀ ଉପରେ ଦିଲ୍ଲୀ କୋର୍ଟ ରହିତାଦେଶ ଲଗାଇଛନ୍ତି। ଜାନୁଆରି ୨୨ ତାରିଖରେ ୪ ଦୋଷୀଙ୍କୁ ଫାଶୀ ହେବନାହିଁ। ବିଭିନ୍ନ କାରଣରୁ ଫାଶୀରେ ବିଳମ୍ବ ହେଉଥିବା ବେଳେ ଆଜି ଏହି ମାମଲାକୁ ନେଇ ବିଜେପି-ଆପ୍ ମଧ୍ୟରେ ବାକ୍ ଯୁଦ୍ଧ ହୋଇଛି। ନିର୍ଭୟା ଦୋଷୀଙ୍କୁ ଫାଶୀରେ ବିଳମ୍ବ ପାଇଁ ବିଜେପି ଆପ୍ ସରକାରକୁ ଦାୟୀ କରିଛି। ବିଜେପି କହିଛି ଆପ୍ ସରକାରଙ୍କ ଚରମ ଅବହେଳା ଯୋଗୁଁ ଫାଶୀରେ ବିଳମ୍ବ ହେଉଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର କହିଛନ୍ତି, ସୁପ୍ରିମକୋର୍ଟଙ୍କ ରାୟ ଆସିବାପରେ ଯଦି ଦିଲ୍ଲୀ ସରକାର ସପ୍ତାହକ ମଧ୍ୟରେ ଦୋଷୀମାନଙ୍କୁ ନୋଟିସ୍ ଦେଇଥାନ୍ତେ ତେବ ଏତେବେଳକୁ ସମସ୍ତ ଦୋଷୀଙ୍କୁ ଫାଶୀ ହୋଇ ସାରିଥାନ୍ତା ଏବଂ ଦେଶ ମଧ୍ୟ ନ୍ୟାୟ ପାଇଥାନ୍ତା। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗତ ଅଢ଼େଇ ବର୍ଷ ମଧ୍ୟରେ କାହିଁକି ଦୋଷୀମାନଙ୍କୁ ନୋଟିସ୍ ଦେଇନଥିଲେ ବୋଲି ଜାଭଡ଼େକର ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷେ ଆପ୍ ବିଜେପିକୁ ଜବାବ ଦେଇ କହିଛି ଯେ, ବିଜେପି ନେତା ମିଛ କହୁଛନ୍ତି ଏବଂ ମୂଲ୍ୟହୀନ ମନ୍ତବ୍ୟ ରଖୁଛନ୍ତି। ଏପର୍ଯ୍ୟନ୍ତ ଯାହା ବି ବିଳମ୍ବ ହୋଇଛି ସେଥିପାଇଁ କେବଳ ବିଜେପି ଦାୟୀ ବୋଲି ଆପ୍ ନେତା ସଂଜୟ ସିଂହ କହିଛନ୍ତି।
ଆପ୍ ପାଇଁ ଫାଶୀରେ ବିଳମ୍ବ ହେଉଛି: ବିଜେପି
ବିଜେପି ମିଛ କହୁଛି: ଆପ୍
/sambad/media/post_attachments/wp-content/uploads/2020/01/fh56df74sh98f7sdh987fsdh98f7sh465f4h65fs4h5sfhsfhsfhhhhhhhhhhhhhhhhhhhh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)