ନୂଆଦିଲ୍ଳୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଅପଶବ୍ଦ ପ୍ରୟୋଗ କରିଥିବାରୁ ଶୁକ୍ରବାର ଦିନ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ହଙ୍ଗାମା ମଚାଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) କର୍ମୀ।
କଂଗ୍ରେସ ନେତାମାନେ ଅଭିଯୋଗ କରିଛନ୍ତି ଯେ ବିଜେପି କର୍ମୀମାନେ କଂଗ୍ରେସ କାର୍ଯ୍ୟାଳୟର ଗେଟ୍ ଭାଙ୍ଗି ଭିତରକୁ ପ୍ରବେଶ କରି ଲାଠି ମାଡ଼ କରିଛନ୍ତି। କେବଳ ସେତିକି ନୁହେଁ; କାର୍ଯ୍ୟାଳୟ ସମ୍ମୁଖରେ ରଖାଯାଇଥିବା ଗାଡ଼ିକୁ ପଥର ଫୋପାଡ଼ି ଭଙ୍ଗାରୁଜା ବି କରିଛନ୍ତି।
ସୂଚନା ଅନୁଯାୟୀ, ବିହାରର ଦରଭଙ୍ଗାର ବାସିନ୍ଦା ରିଜଭି କଂଗ୍ରେସ ରାଲିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରିଥିଲେ। ଏହାକୁ ନେଇ ହଇଚଇ ମଧ୍ୟ ସୃଷ୍ଟି ହୋଇଥିଲା। ବିବାଦ ବଢ଼ିବାରୁ ଏବେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ବୁଧବାର (ଅଗଷ୍ଟ ୨୭) ଦରଭଙ୍ଗାରେ ବିରୋଧୀଙ୍କ ରାଲି ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଏବଂ ତାଙ୍କ ମାଆଙ୍କ ପାଇଁ ଅପମାନଜନକ ଶବ୍ଦ ବ୍ୟବହାର କରାଯାଇଥିଲା। ଏହି ସମୟରେ ରାହୁଲ କିମ୍ବା ତେଜସ୍ୱୀ ମଞ୍ଚରେ ଉପସ୍ଥିତ ନଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହାକୁ ନେଇ ବିବାଦ ଆରମ୍ଭ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/08/29/new-project-20-2025-08-29-12-35-06.jpg)