ହରିୟାଣାରେ ଦ୍ୱନ୍ଦ୍ୱ ଶେଷ : ଅମିତ ଶାହା କହିଲେ- ବିଜେପିରୁ ମୁଖ୍ୟମନ୍ତ୍ରୀ, ଜେଜେପିରୁ ଉପମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ହରିୟାଣାରେ ସରକାର ଗଢ଼ିବା ନେଇ ଚିତ୍ର ସ୍ପଷ୍ଟ ହୋଇଛି। ରାଜ୍ୟରେ ସରକାର ଗଢ଼ିବା ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଜନନାୟକ ଜନତା ପାର୍ଟି (ଜେଜେପି) ଏକାଠି ହୋଇଛନ୍ତି। ଜେଜେପି ପ୍ରତିଷ୍ଠାତା ଦୁଷ୍ୟନ୍ତ ଚୌଟାଲାଙ୍କ ସହିତ ବୈଠକ ପରେ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଶୁକ୍ରବାର ରାତିରେ ଏହି ଘୋଷଣା କରିଛନ୍ତି। ଶାହା କହିଛନ୍ତି ଯେ, ହରିୟାଣାରେ ବିଜେପି ଓ ଜେଜେପି ଦ୍ୱାରା ମେଣ୍ଟ ସରକାର ଗଢ଼ାଯିବ। ମେଣ୍ଟ ସରକାରରେ ବିଜେପିରୁ ମୁଖ୍ୟମନ୍ତ୍ରୀ ଓ ଜେଜେପିରୁ ଉପମୁଖ୍ୟମନ୍ତ୍ରୀ କରାଯିବ।

ସରକାର ଗଢ଼ିବା ନେଇ ଘୋଷଣା ପୂର୍ବରୁ ବିଜେପି ଓ ଜେଜେପି ନେତାଙ୍କ ମଧ୍ୟରେ ଆଜି ବୈଠକ ବସିଥିଲା। ଅମିତ ଶାହା କହିଛନ୍ତି, ଜନାଦେଶକୁ ସମ୍ମାନ ଦେଇ ଉଭୟ ପାର୍ଟି ଏକାଠି ହୋଇ ସରକାର ଗଢ଼ିବାକୁ ନିଷ୍ପତ୍ତି ନିଆଯାଇଛି।

କିଛି ସ୍ୱାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ ଦେଇଛନ୍ତି। ବିଧାୟକ ଦଳ ନେତା ବଛା ଯିବା ପରେ ଶନିବାର ମନ୍ତ୍ରୀମାନଙ୍କ ନାମ ଉପରେ ନିଷ୍ପତ୍ତି ନିଆଯିବ ‌ବୋଲି ଅମିତ ଶାହା କହିଛନ୍ତି।

ସମ୍ବନ୍ଧିତ ଖବର