କୋହିମା: ନାଗାଲାଣ୍ଡରେ ନୂତନ ସରକାର ଗଠନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଓ ଏହାର ମେଣ୍ଟ ସହଯୋଗୀ ନ୍ୟାସନାଲିଷ୍ଟ ଡେମୋକ୍ରାଟିକ୍‌ ପ୍ରୋଗ୍ରେସିଭ୍‌ ପାର୍ଟି (ଏନ୍‌ଡିପିପି)ର ବରିଷ୍ଠ ନେତାମ।ନେ ଆଜି ରାଜ୍ୟପାଳ ପିବି ଆଚାର୍ଯ୍ୟଙ୍କୁ ଭେଟି ଦାବି ଜଣାଇଛନ୍ତି।

Advertisment

ବିଜେପି ସାଧାରଣ ସଂପାଦକ ରାମ ମାଧବ ଏବଂ ବିଜେପି ଓ ଏନ୍‌ଡିପିପି ମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିଫିୟୁ ରିଓ ଆଜି ଅପରାହ୍ନରେ ରାଜ୍ୟପାଳଙ୍କୁ ଭେଟି ନୂତନ ସରକାର ଗଠନ ପାଇଁ ତାଙ୍କର ଆବଶ୍ୟକୀୟ ସଂଖ୍ୟା ଗରିଷ୍ଠତା ରହିଛି ବୋଲି କହିଛନ୍ତି।

୬୦ ସଦସ୍ୟ ବିଶିଷ୍ଟ ନାଗାଲାଣ୍ଡ ବିଧାନସଭା ପାଇଁ ହୋଇଥିବା ନିର୍ବାଚନରେ ବିଜେପି ଓ ଏନ୍‌ଡିପିପି ମେଣ୍ଟର ୩୦ ଜଣ ପ୍ରାର୍ଥୀ ବିଜୟ ଲାଭ କରିଥିବା ବେଳେ ଏହି ନିର୍ବାଚନରେ ବିଜୟୀ ହୋଇଥିବା ଜଣେ ସ୍ୱାଧୀନ ପ୍ରାର୍ଥୀ ଓ ଅନ୍ୟ ଜଣେ ଜେଡି(ୟୁ)ର ପ୍ରାର୍ଥୀ ବିଜେପି ଓ ଏନ୍‌ଡିପିପି ମେଣ୍ଟକୁ ସମର୍ଥନ ଦେଇଛନ୍ତି ବୋଲି ବିଜେପି ସାଧାରଣ ସଂପାଦକ ରାମ ମାଧବ। ଫଳରେ ବିଜେପି ଓ ଏନ୍‌ଡିପିପି ମେଣ୍ଟ ପଛରେ ୩୨ ଜଣ ବିଧାୟକଙ୍କ ସମର୍ଥନ ରହିଥିବାରୁ ସରକାର ଗଠନ ପାଇଁ କୌଣସି ପ୍ରକାରର ପ୍ରତିବନ୍ଧକ ନାହିଁ ବୋଲି କହିଛନ୍ତି ବିଜେପି ଓ ଏନ୍‌ଡିପିପି ମେଣ୍ଟ ସରକାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନିଫିୟୁ ରିଓ।