ଲାଲୁଙ୍କୁ ଜାମିନ ମିଳିବା ପରେ ଗୋଟିଏ ପଟେ ମିଠା ବଣ୍ଟା ଚାଲିଥିବା ବେଳେ ଭାଜପା ବିଧାୟକଙ୍କ ଆରଜେଡ଼ି ପୋଷାକ ଫାଡ଼ି ଦେଇଥିବା ଅଭିଯୋଗ ହୋଇଛି

ନୂଆଦିଲ୍ଲୀ: ଜମି ବଦଳରେ ଚାକିରି ଦୁର୍ନୀତି ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଆଜି ‘ଆର୍‌ଜେଡି’ ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ଯାଦବ, ତାଙ୍କ ପତ୍ନୀ ରାବ୍‌ଡୀ ଦେବୀ ଓ ଝିଅ ମିସା ଭାରତୀଙ୍କୁ ରାଉଜ୍‌ ଆଭେନ୍ୟୁ କୋର୍ଟ ଜାମିନ ଦେଇଛନ୍ତି।

ଲାଲୁ ଯାଦବଙ୍କୁ ଜାମିନ ମିଳିବା ଖବର ଆସିବା ପରେ କିଛି ଆରଜେଡି ବିଧାୟକ ଖୁସିରେ ଝୁମି ଉଠିଥିଲେ। ଏଥିସହିତ ବିହାର ବିଧାନସଭା ପରିସରରେ ଆରଜେଡି ବିଧାୟକ ମିଠା ବାଣ୍ଟିବା ଆରମ୍ଭ କରିଥିଲେ। ଏହି ସମୟରେ ଧାରଣାରେ ବସିଥିବା କିଛି ଭାଜପା ବିଧାୟକଙ୍କ ସହ ସେମାନଙ୍କ ଧସ୍ତାଧସ୍ତି ଆରମ୍ଭ ହୋଇଯାଇଥିଲା। ଏଥିରେ ଭାଜପା ବିଧାୟକ ଅରୁଣ ସିହ୍ନାଙ୍କ କୁର୍ତ୍ତା ଓ ଅନ୍ୟ କିଛି କାର୍ଯ୍ୟକର୍ତ୍ତାଙ୍କ ପୋଷାକ ଫାଡ଼ି ଯାଇଥିଲା।

ଗତକାଲି ମାଇକ ଭାଙ୍ଗିବା ଅଭିଯୋଗରେ ଲଖେନ୍ଦ୍ର ପାସୱାନଙ୍କୁ ୨ଦିନ ପାଇଁ ନିଲମ୍ବନ କରାଯାଇଥିଲା। ଏହାକୁ ବିରୋଧ କରି ଭାଜପା ବିଧାୟକମାନେ ବିଧାନସଭା ବାହାରେ ଧାରଣାରେ ବସିଥିଲେ। ଏହି ସମୟରେ ଆରଜେଡି ବିଧାୟକ ଲାଲୁ ଯାଦବଙ୍କୁ ଜାମିନ ମିଳିବା ଖବର ସାମ୍ନାକୁ ଆସିବା ପରେ ମିଠା ବାଣ୍ଟା ଯାଇଥିଲା। ଏତିକି ବେଳେ ଦୁଇପକ୍ଷଙ୍କ ମଧ୍ୟରେ ଅର୍ଥାତ ଭାଜପା ଓ ଆରଜେଡ଼ି ବିଧାୟକଙ୍କ ମଧ୍ୟରେ ଧସ୍ତା‌ଧସ୍ତି ଆରମ୍ଭ ହୋଇଯାଥିଲା।

ଭାଜପା ବିଧାୟକମାନେ ଅଭିଯୋଗ କରିଛନ୍ତି କି ଆରଜେଡି ବିଧାୟକମାନେ ଧାରଣାରେ ବସିଥିବା ଭାଜପା ବିଧାୟକଙ୍କ ଉପରକୁ ଲଡୁ ଓ ମିଠା ବି  ଫିଙ୍ଗିଥିଲେ।

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ‘ସିବିଆଇ’ର ଗୁଇନ୍ଦାମାନେ ଲାଲୁ ଯାଦବଙ୍କୁ ଜମି ପ୍ରତିବଦଳରେ ଚାକିରି ଦୁର୍ନୀତି ମାମଲାରେ ପ୍ରାୟ ୨ ଘଣ୍ଟା ଜେରା କରିଥିଲେ। ତା’ର ଦିନକ ପୂର୍ବରୁ ବିହାରସ୍ଥିତ ପାଟନା ବାସଭବନରେ ତାଙ୍କ ପତ୍ନୀ ରାବ୍ଡ଼ୀ ଦେବୀଙ୍କ ବୟାନ ରେକର୍ଡ କରାଯାଇଥିଲା।
ସେହିପରି, ‘ସିବିଆଇ’ର ୫ଜଣିଆ ଟିମ୍‌ ପାଣ୍ଡରା ପାର୍କସ୍ଥିତ ମିସା ଭାରତୀଙ୍କ ବାସଭବନକୁ ଯାଇ ଯାଦବଙ୍କୁ କିଛି କାଗଜପତ୍ର ଦେଖାଇ ସ୍ପଷ୍ଟୀକରଣ ମାଗିଥିଲେ। ସେ ପ୍ରକ୍ରିୟାକୁ ମଧ୍ୟ ଭିଡିଓଗ୍ରାଫ୍ କରାଯାଇଥିଲା।

 

ସମ୍ବନ୍ଧିତ ଖବର