ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ଲୋକସଭା ଏବଂ ବିଧାନସଭା ଉପନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି। ବିଜେପି ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକସଭା ଉପନିର୍ବାଚନ ପାଇଁ ରାମପୁର ଆସନରୁ ଘନଶ୍ୟାମ ଲୋଧି ଏବଂ ଆଜମଗଡ଼ରୁ ଦୀନେଶ ଲାଲ ଯାଦବ ଓରଫ ନିରହୁଆଙ୍କୁ ପ୍ରାର୍ଥୀ କରିଛି | ଏହାବ୍ୟତୀତ ତ୍ରିପୁରାରେ ହେବାକୁ ଥିବା ବିଧାନସଭା ଉପନିର୍ବାଚନ ପାଇଁ ମାଣିକ ସାହା, ଡ. ଅଶୋକ ସିହ୍ନା, ସ୍ୱପ୍ନାଦାସ ପାଲ, ମାଲିନା ଦେବନାଥଙ୍କୁ ପ୍ରାର୍ଥୀ କରାଯାଇଛି | ସେହିପରି ଆନ୍ଧ୍ରପ୍ରଦେଶର ଅତ୍ମାକୁର ପାଇଁ ଗୁଣ୍ଡଲପାଲି ଭାରତ କୁମାରଙ୍କୁ ପ୍ରାର୍ଥୀ କରାଯାଇଥିବାବେଳେ ଦିଲ୍ଲୀର ରାଜେନ୍ଦ୍ର ନଗର ଆସନ ପାଇଁ ରାଜେଶ ଭାଟିଆ, ଝାଡ଼ଖଣ୍ଡର ମନ୍ଦର ଆସନ ପାଇଁ ଗଙ୍ଗୋତ୍ରୀ କୁଜୁରଙ୍କୁ ପ୍ରାର୍ଥୀ କରାଯାଇଛି |

Advertisment

publive-image

ସୂଚନା ଥାଉ କି ଆଜି ଆଜମଗଡ଼ରୁ ଦୀନେଶ ଲାଲ ଯାଦବ ଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିବାବେଳେ ଗତକାଲି ନିରହୁଆ ଆଗୁଆ ନିଜର ପୋଷ୍ଟର ଜାରି କରିଥିଲେ | ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଥିଲା | ଲୋକମାନଙ୍କୁ କରିଥିବା ଅନୁରୋଧରେ ସେ ଉଲ୍ଲେଖ କରିଥିଲେ ଯେ ପଦ୍ମ ଚିହ୍ନରେ ଭୋଟ ଦିଅନ୍ତୁ |

ନିରହୁଆ ଟ୍ୱିଟରରେ ପୋଷ୍ଟର ରିଲିଜ୍ କରି ପଦ୍ମ ଫୁଲ ଚିହ୍ନରେ ଭୋଟ୍ ଦେବାକୁ ନିବେଦନ କରିଥିଲେ | ଟ୍ୱିଟରରେ ପୋଷ୍ଟର ପ୍ରକାଶ କରି ନିରହୁଆ ଲେଖିଥିଲେ, "ଜାତି, ଧର୍ମ କଥା ଭୁଲି ପଦ୍ମଫୁଲ ଚିହ୍ନରେ ଭୋଟ ଦିଅନ୍ତୁ' |ସୂଚନା ଥାଉ କି ୨୦୧୯ ଲୋକସଭା ନିର୍ବାଚନରେ ​​ଦୀନେଶ ଲାଲ ଯାଦବଙ୍କୁ ଆଜମଗଡ ଆସନରୁ ବିଜେପି ପ୍ରାର୍ଥୀ କରିଥିଲା | କିନ୍ତୁ ସେ ଅଖିଳେଶ ଯାଦବଙ୍କଠାରୁ ୨ ଲକ୍ଷ ୫୯ ହଜାର ୮୭୪ ଭୋଟରେ ହାରିଯାଇଥିଲେ |