ଆସାମ : ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ଗୁଆହାଟୀ : ଆସାମ ବିଧାନସଭା ନିର୍ବାଚନ ପାଇଁ ବିଜେପି ଆଜି ନିଜର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ବିଜେପିର ଜାତୀୟ ମହାସଚିବ ଅରୁଣ ସିଂ ଏହି ପ୍ରାର୍ଥୀତାଲିକା ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲ ମାଜୁଲିରୁ ନିର୍ବାଚନ ଲଢିବେ । ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ହେମନ୍ତ ବିଶ୍ବ ଶର୍ମା ଜାଲୁକବାରୀରୁ ନିର୍ବାଚନ ଲଢିବେ ।

ବିଜେପି ପକ୍ଷରୁ ଆଜି ୭୦ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ଆସାମରେ ବିଜେପି ଆସାମ ଗଣ ପରିଷଦ ଓ ୟୁନାଇଟେଡ ପିପୁଲ୍ସ ପାର୍ଟି ଲିବରାଲ (ୟୁପିପିଏଲ) ସହ ମେଣ୍ଟ କରିଛି । ରାଜ୍ୟରେ ମୋଟ ୧୨୬ଟି ଆସନ ଥିବାବେଳେ ଆସାମ ଗଣପରିଷଦକୁ ୨୬ଟି ଆସନ ଓ ୟୁପିପିଏଲକୁ ୮ଟି ଆସନ ପ୍ରଦାନ କରିଛି ।

ଆସାମରେ ୩ଟି ପର୍ଯ୍ୟାୟରେ ନିର୍ବାଚନ ହେବ । ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୭ରେ ହେବ । ମେ ୨ରେ ଭୋଟ ଗଣତି ହେବ ।

ସମ୍ବନ୍ଧିତ ଖବର