ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ରାଜ୍ୟ ସଭାପତି ଓ ଜାତୀୟ ପରିଷଦ ସଦସ୍ୟ ନିର୍ବାଚନ ପାଇଁ ଗୁରୁବାର ନିର୍ବାଚନ ଅଧିକାରୀ ଘୋଷଣା କରିଛି। ନିଜ ନିଜ ରାଜ୍ୟରେ ଆଭ୍ୟନ୍ତରୀଣ ନିର୍ବାଚନକୁ ସୁରୁଖୁରୁରେ ସମ୍ପନ୍ନ କରିବା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ସମେତ ବରିଷ୍ଠ ନେତାମାନଙ୍କୁ ଦାୟିତ୍ୱ ଦିଆଯାଇଛି।

Advertisment

ପୀୟୂଷ ଗୋୟଲଙ୍କୁ ଉତ୍ତରପ୍ରଦେଶର ନିର୍ବାଚନ ଅଧିକାରୀ, ମନୋହର ଲାଲ ଖଟ୍ଟରଙ୍କୁ ବିହାର ଓ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମଧ୍ୟପ୍ରଦେଶର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସୁନୀଲ ବଂଶଲଙ୍କୁ ଗୋଆର ନିର୍ବାଚନ ଅଧିକାରୀ ଏବଂ ଭୂପେନ୍ଦ୍ର ଯାଦବଙ୍କୁ ଗୁଜରାଟର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି। ସେହିପରି ଶିବରାଜ ସିଂହ ଚୌହାନଙ୍କୁ କର୍ଣ୍ଣାଟକର ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତ କରାଯାଇଛି।

ଆଣ୍ଡାମାନ ଓ ନିକୋବର ପାଇଁ ତାମିଲିସାଇ ସୌନ୍ଦରରାଜନ, ଆନ୍ଧ୍ରପ୍ରଦେଶ ପାଇଁ ପିସି ମୋହନ, ଅରୁଣାଚଳ ପ୍ରଦେଶ ପାଇଁ ସର୍ବାନନ୍ଦ ସୋନୋୱାଲ, ଆସାମ ପାଇଁ ଗଜେନ୍ଦ୍ର ସିଂହ ଶେଖାୱତ, ଚଣ୍ଡିଗଡ଼ ପାଇଁ ସର୍ଦ୍ଦାର ନରିନ୍ଦର ସିଂ ରାଇନା, ଛତିଶଗଡ଼ ପାଇଁ ବିନୋଦ ତାୱଡେ, ଦାଦରା ଏବଂ ନଗର ହାଭେଲି-ଦମନ ପାଇଁ ଡାକ୍ତର ରାଧା ମୋହନ ଦାସ ଅଗ୍ରୱାଲ ଏବଂ ଦିଉ, ହରିୟାଣା ପାଇଁ ଭୁପେନ୍ଦ୍ର ଯାଦବ, ହିମାଚଳ ପ୍ରଦେଶ ପାଇଁ ଡାକ୍ତର ଜିତେନ୍ଦ୍ର ସିଂହ।  ଜମ୍ମୁ-କଶ୍ମୀର ପାଇଁ ସଞ୍ଜୟ ଭାଟିଆ, କେରଳ ପାଇଁ ପ୍ରହ୍ଲାଦ ଯୋଶୀ, ଲଦାଖ ପାଇଁ ଜୟରାମ ଠାକୁର, ଲାକ୍ଷାଦ୍ୱୀପ ପାଇଁ ପୋନ୍ ରାଧାକ୍ରିଷ୍ଣନ ଓ ମେଘାଳୟ ପାଇଁ ଜର୍ଜ କୁରିଆନ୍ । ଅନ୍ୟ ନିର୍ବାଚନ ଅଧିକାରୀମାନେ ହେଲେ ମିଜୋରାମର ବନତି ଶ୍ରୀନିବାସନ, ନାଗାଲାଣ୍ଡର ଭି ମୁରଲୀଧରନ, ଓଡ଼ିଶାରୁ ସଞ୍ଜୟ ଜୟସ୍ୱାଲ, ପୁଡୁଚେରୀରୁ ତରୁଣ ଚୁଗ୍, ରାଜସ୍ଥାନରେ ବିଜୟ ରୁପାନୀ, ସିକିମର କିରଣ ରିଜିଜୁ, ତାମିଲନାଡୁର ଜି କିଶନ ରେଡ୍ଡୀ, ତେଲେଙ୍ଗାନାର କୁମାରୀ ଶୋଭା କରନ୍ଦଲାଜେ ଓ ତ୍ରିପୁରାର ଜୁଏଲ ଓରାମ।