ନୂଆଦିଲ୍ଲୀ: ସାଜିଆ ଓ ପ୍ରେମ ହେଲେ ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା | ଆଜି ଭାରତୀୟ ଜନତା ପାର୍ଟି(ବିଜେପି) ସାଜିଆ ଇଲ୍ମୀ ଓ ପ୍ରେମ ଶୁକ୍ଳାଙ୍କୁ ଦଳର ରାଷ୍ଟ୍ରୀୟ ପ୍ରବକ୍ତା ଭାବେ ନିଯୁକ୍ତ କରିଛି । ଏନେଇ ନିଜେ ସାଜିଆ ଇଲ୍ମୀ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ଦଳର ଏହି ଦୁଇଜଣ ସଦସ୍ୟ ସବୁବେଳେ ଗଣମାଧ୍ୟମ ସାମ୍ନାରେ ବିଭିନ୍ନ ପ୍ରସଙ୍ଗରେ ଦଳର ମତ ପ୍ରକାଶ କରିଥାନ୍ତି । ବିଜେପି ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂଙ୍କ ଦ୍ୱାରା ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ମୁତାବକ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ସାଜିଆ ଇଲ୍ମୀ ଓ ପ୍ରେମ ଶୁକ୍ଳାଙ୍କ ନାମରେ ମୋହର ମାରିଛନ୍ତି ।
ଏମାନଙ୍କୁ ମିଶାଇ ଦଳର ୨୫ ଜଣ ପ୍ରବକ୍ତା ହୋଇଛନ୍ତି, ଯାହା ମଧ୍ୟରେ ମିଡିଆ ବିଭାଗର ପ୍ରମୁଖ ପ୍ରବକ୍ତା ଅନୀଲ ବଲୁନୀ ବି ସାମିଲ ଅଛନ୍ତି । ବିଜେପି ନେତ୍ରୀ ସାଜିଆ ଇଲ୍ମୀ ନିଯୁକ୍ତି ପତ୍ରକୁ ଟ୍ୱିଟ କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହା ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାକୁ କୃତଜ୍ଞତା ଜଣାଇଛନ୍ତି ।
आधिकारिक प्रवक्ता बनने का दायित्व देने के लिए मैं आपके प्रति बेहद शुक्रगुज़ार हूँ! धन्यवाद! 🇮🇳 आप सब को ईद मुबारक! @narendramodi @JPNadda @AmitShah 💐 pic.twitter.com/avYRYz3KPu
— Shazia Ilmi (@shaziailmi) July 21, 2021
ସାଜିଆ ଇଲ୍ମୀ ପ୍ରଥମରୁ ଜଣେ ଟିଭି ସାମ୍ବାଦିକ ଭାବେ କାର୍ଯ୍ୟ କରୁଥିଲେ । ଏହାପରେ ସେ ଅରବିନ୍ଦ କେଜ୍ରିୱାଲଙ୍କ ନୀତି ଆଦର୍ଶରେ ପ୍ରଭାବିତ ହୋଇ ଆମ୍ ଆଦମୀ ପାର୍ଟିରେ ଯୋଗ ଦେଇଥିଲେ । ୨୦୧୪ ରେ ସେ ଆପ୍ ଟିକେଟରୁ ସାଂସଦ ଭାବେ ନିର୍ବାଚନ ଲଢି ପରାଜିତ ହୋଇଥିଲେ । ଏହାପରେ ସେ ଦଳଛାଡି ୨୦୧୫ ରେ ବିଜେପିରେ ଯୋଗ ଦେଇଥିଲେ ।