ଫ୍ୟାନ୍ସି ଡ୍ରେସ୍‌ ‘ହିନ୍ଦୁତ୍ବ’: ବିଜେପି ,ରାହୁଲଙ୍କ ଗୋତ୍ର କ’ଣ: ପାତ୍ର

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଉ‌ଜ୍ଜୈନ୍‌ର ମହାକାଳେଶ୍ବର ମନ୍ଦିର ଦର୍ଶନକୁ ବିଜେପି ସମାଲୋଚନା କରିଛି। ବିଜେପି ମୁଖପାତ୍ର ସମ୍ବିତ୍‌ ପାତ୍ର କହିଛନ୍ତି, ରାହୁଲ ଏକ ‘ଜେନାଉ’ ପିନ୍ଧି ମନ୍ଦିର ଦର୍ଶନ କରିଛନ୍ତି। ରାହୁଲ କେଉଁପ୍ରକାର ‘ଜେନାଉଧାରୀ’ ଏବଂ ତାଙ୍କର ଗୋତ୍ର କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି। ତେବେ ଲୋକଙ୍କୁ ବୋକା ବନାଇବାକୁ କଂଗ୍ରେସ ଏଭଳି ଫ୍ୟାନ୍ସି ଡ୍ରେସ୍‌ ‘ହିନ୍ଦୁତ୍ବ’ ପ୍ରଦର୍ଶନ କରୁଛି ବୋଲି ବିଜେପି ପକ୍ଷରୁ କୁହାଯାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ନେତା ଶଶି ଥରୁରଙ୍କ ‘ଶିବଲିଙ୍ଗରେ ବିଛା’ ମନ୍ତବ୍ୟକୁ ନିନ୍ଦା କରି ବିଜେପି କହିଛି ଯେ କଂଗ୍ରେସ ଏଥିପାଇଁ କ୍ଷମାପ୍ରାର୍ଥନା କରିବା ଆବଶ୍ୟକ।

ସମ୍ବନ୍ଧିତ ଖବର