କମଲ ହାସନଙ୍କ ପରେ ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ ବୋଲି କହି ବିବାଦରେ ସାଧ୍ୱୀ ପ୍ରଜ୍ଞା

ନୂଆଦିଲ୍ଲୀ : କିଛି ଦିନ ତଳେ କମଲ ହାସନଙ୍କ ହିନ୍ଦୁ ଆତଙ୍କବାଦୀ ବୟାନକୁ ନେଇ ବିବାଦ ଆରମ୍ଭ ହୋଇଥିଲା । ତାଙ୍କର ଏଭଳି ବୟାନକୁ ନେଇ ଅନେକ ନେତା ଅଭିନେତା ତାଙ୍କୁ ଜବାବ ଦେଇ ସାରିଥିବା ବେଳେ ଏବେ ସାଧ୍ୱୀ ପ୍ରଜ୍ଞାଙ୍କ ବୟାନ ଆଉ ଏକ ବିବାଦ ଆରମ୍ଭ କରି ଦେଇଛି । ମଧ୍ୟପ୍ରଦେଶର ଭୋପାଳରୁ ବିଜେପିର ଲୋକସଭା ପ୍ରାର୍ଥୀ ଥିବା ସାଧ୍ୱୀ ପ୍ରଜ୍ଞା ଠାକୁର ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ ବୋଲି କହି ଆଉ ଏକ ବିବାଦର ଆରମ୍ଭ କରି ଦେଇଛନ୍ତି । କମଲ ହାସନ ନାଥୁରାମ ଗଡ଼ସେଙ୍କୁ ହିନ୍ଦୁ ଆତଙ୍କବାଦୀ ବୋଲି କହିଥିଲେ ।

ଏ ବିଷୟରେ ଆପଣଙ୍କର ମତ କ’ଣ? ବୋଲି ସାମ୍ବାଦିକମାନେ ପ୍ରଶ୍ନ କରିବା ପରେ ନିଜର ବୟାନ ଦେଇ, ନାଥୁରାମ ଗଡ଼ସେ ଦେଶଭକ୍ତ ଥିଲେ, ଅଛନ୍ତି ଏବଂ ରହିବେ । ଯେଉଁମାନେ ଏଭଳି ବୟାନ ଦେଇଛନ୍ତି, ସେମାନେ ପ୍ରଥମେ ନିଜକୁ ଭଲ ଭାବରେ ପରଖନ୍ତୁ । ୨୦୧୯ ଲୋକସଭା ନିର୍ବାଚନରେ ଏଭଳି ଲୋକମାନଙ୍କୁ ଉଚିତ୍‌ ଜବାବ ଦେଇ ଦିଆଯିବ ବୋଲି କହିଥିଲେ ସାଧ୍ୱୀ ପ୍ରଜ୍ଞା ।

ସମ୍ବନ୍ଧିତ ଖବର