କାଠମାଣ୍ଡୁ ନାଇଟ୍‌କ୍ଲବ୍‌ରେ ରାହୁଲ୍‌ ଗାନ୍ଧୀ ପାର୍ଟି କରୁଥିବା ଭିଡିଓ ସେୟାର୍‌ କରି ତୀବ୍ର ସମାଲୋଚନା କଲା ‘ବିଜେପି’

ପାଟନା: ଏକ ବିଦେଶୀ ନାଇଟ୍‌କ୍ଲବ୍‌ରେ କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ପାର୍ଟି କରୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରସାରିତ ହେବା ପରେ ‘ବିଜେପି’ ତାଙ୍କୁ ତୀବ୍ର ସମାଲୋଚନା କରିଛି। ସମ୍ପ୍ରତି ଉକ୍ତ ଭିଡିଓ କ୍ଲିପ୍‌ଟି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଚାଲିଛି।

ତାରିଖ ପଡ଼ି ନ ଥିବା ଉକ୍ତ ଭିଡିଓ କ୍ଲିପ୍‌ରେ ଦେଖାଯାଉଛି, ନାଇଟ୍‌କ୍ଲବ୍‌ର ମଳିନ ଆଲୋକରେ ରାହୁଲ୍‌ ଗାନ୍ଧୀ ଜଣେ ବନ୍ଧୁ ସହିତ ଥିବା ବେଳେ ଯୋର୍‌ରେ ସଙ୍ଗୀତ ବାଜୁଛି ଓ ଲୋକେ ନୃତ୍ୟ କରୁଛନ୍ତି।

ଉକ୍ତ ଭିଡିଓଟି କାଠମାଣ୍ଡୁର ଏକ ଜନପ୍ରିୟ ନାଇଟ୍‌କ୍ଲବ୍‌ରେ ଉତ୍ତୋଳନ କରାଯାଇଥିବା କଥା ଜଣାପଡ଼ିଛି। ପ୍ରାପ୍ତ ସୂଚନା ଅନୁସାରେ, ମାରିଅଟ୍‌ ହୋଟେଲ୍‌ରେ ସାମ୍ବାଦିକ ବନ୍ଧୁ ସୁମନିମା ଉଦାସଙ୍କ ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସୋମବାର ଦିନ ରାହୁଲ୍‌ ଗାନ୍ଧୀ ନେପାଳର ରାଜଧାନୀରେ ଥିଲେ।

Image Courtesy of India Today

ଉକ୍ତ ଭିଡିଓ କ୍ଲିପ୍‌କୁ ସେୟାର୍‌ କରି ‘ବିଜେପି’ ଆଇ-ଟି-ଇନ୍‌-ଚାର୍ଜ ଅମିତ ମାଲବିୟ ଟୁଇଟ୍‌ କରିଛନ୍ତି: ମୁମ୍ବାଇ ସମାଲୋଚନାର ଶିକାର ହୋଇଥିବା ବେଳେ ରାହୁଲ୍‌ ଗାନ୍ଧୀ ନାଇଟ୍‌କ୍ଲବ୍‌ରେ ଥିଲେ। ତାଙ୍କ ଦଳ ବିଷମ ପରିସ୍ଥିତିରେ ଥିବା ବେଳେ ସେ ଥିଲେ ନାଇଟ୍‌କ୍ଲବ୍‌ରେ। ସେ ଅବିଚଳିତ। କ‌ୌତୁହଳର କଥା ବାହାରୁ ଅଧ୍ୟକ୍ଷ ଗ୍ରହଣ କରିବାକୁ କଂଗ୍ରେସ ଅଗ୍ରାହ୍ୟ କରିଦେବା ମାତ୍ରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନେଇ ଆଲୋଚନା ଆରମ୍ଭ ହୋଇଥିଲା।

ସୂଚନାଯୋଗ୍ୟ, ୩ଦିନିଆ ଗସ୍ତରେ ଜର୍ମାନି, ଡେନ୍‌ମାର୍କ ଓ ଫ୍ରାନ୍‌ସ୍‌ ଯାଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଆକ୍ଷେପ କରି ଅଳ୍ପ କିଛି ଘଣ୍ଟା ପୂର୍ବେ କଂଗ୍ରେସ କହିଛି, ଦେଶରେ ସଙ୍କଟ ପଡ଼ିଥିବା ବେଳେ ସାହେବ ବିଦେଶ ରହିବାକୁ ପସନ୍ଦ କରୁଛନ୍ତି।

ସମ୍ବନ୍ଧିତ ଖବର