ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ‘ମିନି ପାକିସ୍ତାନ’ ଟ୍ବିଟ୍ ପାଇଁ ନିର୍ବାଚନ କମିସନ ତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ତାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ କରିଛନ୍ତି। ଦିଲ୍ଲୀରେ ଅନେକ ମିନି ପାକିସ୍ତାନ ସୃଷ୍ଟି ହୋଇଛି ଏବଂ ୮ ଫେବ୍ରୁଆରିରେ ଦିଲ୍ଲୀର ରାସ୍ତାରେ ଭାରତ-ପାକିସ୍ତାନ ଲଢ଼େଇ ହେବ ବୋଲି କପିଲ ମିଶ୍ରା ଗତକାଲି ଟ୍ବିଟ୍ କରିବା ପରେ ଏହାକୁ ନେଇ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ଏହି ବିବାଦୀୟ ଟ୍ବିଟ୍ ହଟାଇବା ପାଇଁ ଟ୍ବିଟର୍କୁ ମଧ୍ୟ ନିର୍ବାଚନ କମିସନ କହିଛନ୍ତି। ତେବେ ନିର୍ବାଚନ କମିସନଙ୍କ ଦ୍ବାରା କାର୍ଯ୍ୟାନୁଷ୍ଠାନ ସତ୍ତ୍ବେ କପିଲ ତାଙ୍କ ଟ୍ବିଟର୍ ବୟାନ ନେଇ କାଏମ ଅଛନ୍ତି ଏବଂ ସେ କେବଳ ସତ୍ୟ ହିଁ କହିବାକୁ ଚେଷ୍ଟା କରିଛନ୍ତି ବୋଲି କହିଛନ୍ତି। ଦିଲ୍ଲୀର ସାହିନ ବାଗ, ଚାନ୍ଦ ବାଗ୍ ଏବଂ ଇନ୍ଦ୍ରଲୋକ ଅଂଚଳରେ ଦେଶର ଆଇନ ପ୍ରତି କୌଣସି ସମ୍ମାନ ନାହିଁ ଏବଂ ଦେଶ ବିରୋଧୀ ଶକ୍ତିଙ୍କ କାୟା ବିସ୍ତାର ହେଉଛି ବୋଲି କପିଲ କହିଛନ୍ତି।
ମିନି ପାକିସ୍ତାନ ଟ୍ବିଟ୍: ବିଜେପି ପ୍ରାର୍ଥୀ କପିଲ ମିଶ୍ରାଙ୍କ ବିରୋଧରେ ଏଫ୍ଆଇଆର୍ ରୁଜୁ
/sambad/media/post_attachments/wp-content/uploads/2020/01/98b678ae-3e5a-11ea-ae56-f909945546d5.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)