ନୂଆଦିଲ୍ଲୀ: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ କାର୍ ଚୋରି ହୋଇଯାଇଥିବା ନେଇ ଦିଲ୍ଲୀର ଏକ ଥାନାରେ ଚାଳକ ମାମଲା ରୁଜୁ କରିଛନ୍ତି। ଏହି ଅଭିଯୋଗକୁ ଆଧାର କରି ପୁଲିସ୍ ତଦନ୍ତ ଆରମ୍ଭ କରିଛି।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ପତ୍ନୀଙ୍କ ଚାଳକ ଥାନାରେ ଅଭିଯୋଗ କରି କହିଛନ୍ତି, ଗତ ୧୯ ତାରିଖରେ ଗାଡ଼ିକୁ ସର୍ଭିସିଂ ପାଇଁ ନେଇଥିଲି। ସର୍ଭିସିଂ ବିଳମ୍ବ ହେବାରୁ ସେଠାରେ ଗାଡ଼ିକୁ ଛାଡ଼ି ଘରକୁ ଖାଇବା ପାଇଁ ଚାଲି ଆସିଥିଲି। ଖାଇ ସାରି ଯିବା ପରେ ସର୍ଭିସିଂ ସେଣ୍ଟରେ କାରକୁ ଆଉ ପାଇ ନଥିଲି।
ଏନେଇ ସର୍ଭିସିଂ ସେଣ୍ଟର କର୍ମଚାରୀମାନଙ୍କୁ ପଚାରିବାରୁ ସେମାନେ କିଛି ଜାଣି ନାହାନ୍ତି ବୋଲି କହିଥିଲେ। ଏଥିସହିତ ଗାଡ଼ି ଖୋଜିବାରେ ମୋତେ କିଛି ସହଯୋଗ ବି କରି ନଥିଲେ।
ପୁଲିସ୍ ଚାଳକଙ୍କ ଅଭିଯୋଗକୁ କେନ୍ଦ୍ର କରି ଯାଞ୍ଚ ଆରମ୍ଭ କରି ସର୍ଭିସିଂ ସେଣ୍ଟର ଓ ତା’ର ଆଖପାଖ ଅଞ୍ଚଳର ସିସିଟିଭି ଫୁଟେଜ ଯାଞ୍ଚ କରି ତଦନ୍ତ ଆରମ୍ଭ କରିଛି।
ଏହି ଘଟଣାକୁ ନେଇ ଲୋକେ ପ୍ରଶ୍ନ କରିଛନ୍ତି କି ଜଣେ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ସ୍ତ୍ରୀଙ୍କ ଗାଡ଼ି ଯଦି ଚୋରି ହୋଇଯାଉଛି। ତାହା ପୁଣି ୬ଦିନ ବିତିଯାଇଥିଲେ ସୁଦ୍ଧା କୌଣସି ସୂଚନା ମିଳୁ ନାହିଁ ସାଧାରଣଲୋକଙ୍କ କ୍ଷେତ୍ରରେ କ’ଣ ଘଟିବ।