ଉଦ୍ଧବଙ୍କୁ ହଟାଇ ମୁଖ୍ୟମନ୍ତ୍ରୀ ହେବେ ସଞ୍ଜୟ ରାୱତ୍‌, ମହାରାଷ୍ଟ୍ର ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ

ମୁମ୍ବାଇ: ଗତ କିଛି ଦିନ ହେବ ମହାରାଷ୍ଟ୍ରରେ ଶାସକ ଶିବସେନା ଏବଂ ବିରୋଧୀ ବିଜେପି ମଧ୍ୟରେ ଅନେକ ବିତର୍କ ଚାଲିଛି। ଏହି କ୍ରମରେ ସୋମବାର ମହାରାଷ୍ଟ୍ର ବିଜେପି ସଭାପତି ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି। ସେ କହିଛନ୍ତି ଯେ ଏନସିପି ସୁପ୍ରିମୋ ଶରଦ ପାୱାର ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏହି ପଦରୁ ହଟାଇବାକୁ ଚାହୁଁଛନ୍ତି ଏବଂ ଶିବସେନା ସାଂସଦ ସଞ୍ଜୟ ରାୱତ୍‌ ଏଥିରେ ସହଯୋଗ କରୁଛନ୍ତି |

ଭାରତୀୟ ଜନତା ପାର୍ଟିର ମହାରାଷ୍ଟ୍ର ସଭାପତି ଚନ୍ଦ୍ରକାନ୍ତ ପାଟିଲ ସୋମବାର ଦିନ ଦାବି କରିଛନ୍ତି ଯେ ଶିବସେନା ସାଂସଦ ସଞ୍ଜୟ ରାୱତ୍‌ ରାଷ୍ଟ୍ରବାଦୀ କଂଗ୍ରେସ ଦଳର ମୁଖ୍ୟ ଶରଦ ପାୱାରଙ୍କ ଏଜେଣ୍ଡାକୁ ନେଇ କାର୍ଯ୍ୟ କରୁଛନ୍ତି |ଉଦ୍ଧବଜୀ ଆମର ବନ୍ଧୁ। ସେ ଶିବସେନା ସୁପ୍ରିମୋ ସ୍ୱର୍ଗତ ବାଲାସାହେବ ଠାକରେଙ୍କ ପୁତ୍ର | ଆମେ ଅନେକ ବର୍ଷ ଧରି ଏକାଠି କାମ କରିଛୁ। ପାଟିଲ ଦାବି କରିଛନ୍ତି, “ଆମେ ଉଦ୍ଧବଜୀଙ୍କୁ କହିବାକୁ ଚାହୁଁଛୁ ଯେ ରାଓତ ପାୱାର ସାହେବଙ୍କ ଦ୍ୱାରା ଦିଆଯାଇଥିବା ଏଜେଣ୍ଡା ଉପରେ କାର୍ଯ୍ୟ କରୁଛନ୍ତି। ଆପଣଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ପାଇଁ ଯୋଜନା ଚାଲିଛି କାରଣ ଆପଣ ଏହି ପଦବୀରେ ଅଢେଇ ବର୍ଷ ପୂରଣ କରିଛନ୍ତି।

ଯେହେତୁ ଲୋକସଭା ସଦସ୍ୟା ତଥା ପାୱାରଙ୍କ ଝିଅ ସୁପ୍ରିୟା ସୁଲେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇପାରିବ ନାହିଁ ତେଣୁ ସଞ୍ଜୟଙ୍କୁ ମୁଖ୍ୟମନ୍ତ୍ରୀ କରି ଆପଣଙ୍କୁ ହଟାଇବାକୁ ଯୋଜନା କରାଯାଉଛି | ସୂଚନା ଥାଉ କି ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ପରେ ଶିବସେନା ଏହାର ଦୀର୍ଘ ଦିନର ସହଯୋଗୀ ଭାରତୀୟ ଜନତା ପାର୍ଟି ସହିତ ସମ୍ପର୍କ ଛିନ୍ନ କରିଦେଇଥିଲା । ଏହା ପରେ ଉଦ୍ଧବଙ୍କ ନେତୃତ୍ୱରେ ଶିବସେନା, ଏନସିପି ଓ କଂଗ୍ରେସ ସହ ମିଳିତ ଭାବେ ସରକାର ଗଠନ କରିଥିଲା।

ସମ୍ବନ୍ଧିତ ଖବର