କୋଲକାତା: ରବିବାର ଦିନ ବିଜେପି ଅଭିଯୋଗ କରିଛି ଯେ କୋଲକାତାରେ ରାମ ନବମୀ ଶୋଭାଯାତ୍ରାରେ ଅଂଶଗ୍ରହଣ କରୁଥିବା ହିନ୍ଦୁ ଭକ୍ତଙ୍କ ଉପରେ ଆକ୍ରମଣ କରାଯାଇଛି। କେବଳ ସେତିକି ନୁହେଁ, ଭକ୍ତମାନଙ୍କ ଗାଡ଼ି ଭଙ୍ଗାରୁଜା ମଧ୍ୟ କରାଯାଇଛି।
ଦଳ ରାଜ୍ୟର ଶାସକ ଦଳ ତୃଣମୂଳ କଂଗ୍ରେସ(ଟିଏମ୍ସି) କୁ ଟାର୍ଗେଟ କରି ଏପରି କହିଥିବା ବେଳେ ଶାସକ ଦଳ କିନ୍ତୁ ଏହାକୁ ପ୍ରତ୍ୟାଖ୍ୟାନ କରିଛି। କୋଲକାତା ପୁଲିସ୍ ମଧ୍ୟ ପାର୍କ ସର୍କସ ଅଞ୍ଚଳରେ ଏଭଳି ଶୋଭାଯାତ୍ରା ହୋଇ ନ ଥିବା କହି ଅଭିଯୋଗକୁ ଖଣ୍ଡନ କରିଛି।
କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ଅଭିଯୋଗ କରିଛନ୍ତି ଯେ ରାମ ନବମୀ ଶୋଭାଯାତ୍ରାରେ ଫେରୁଥିବା ବେଳେ କୋଲକାତାର ପାର୍କ ସର୍କସ ସେଭେନ ପଏଣ୍ଟ ଅଞ୍ଚଳରେ ହିନ୍ଦୁ ଭକ୍ତଙ୍କୁ ଅତି ନିର୍ମମ ଭାବେ ଆକ୍ରମଣ କରାଯାଇଥିଲା।
ପୁଲିସ୍ ଉପସ୍ଥିତରେ ଏଭଳି କାଣ୍ଡ ଘଟିଥିବା ବେଳେ ପୁଲିସ ଚୁପ ରହିଥିବାର ସଙ୍ଗୀନ ଅଭିଯୋଗ ମଧ୍ୟ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ। ପଶ୍ଚିମବଙ୍ଗ ବିଜେପି ଗାଡ଼ି ଉପରକୁ ଆକ୍ରମଣ ପରର ଭିଡିଓ ସେୟାର କରିଛି। ବିପୁଳ ମାତ୍ରାରେ ପୁଲିସ ଉପସ୍ଥିତିରେ ଏଭଳି ଘଟିଥିବା କହିଛି ପଶ୍ଚିମବଙ୍ଗ ବିଜେପି। ଏଥିସହ ମମତାଙ୍କ ବହୁ ଦିନର ସ୍ବପ୍ନ ପୁରା ହୋଇଛି ବୋଲି କହିଛି ବିଜେପି । କିନ୍ତୁ କୋଲକାତା ପୁଲିସ ଏଭଳି ଅଭିଯୋଗକୁ ଖଣ୍ଡନ କରିଛି । ସେ ଅଞ୍ଚଳରେ କୌଣସି ରାମ ନବମୀ ଶୋଭାଯାତ୍ରା ହୋଇନଥିବା କହିବା ସହ ଗୁଜବ ଉପରେ ଗୁରତ୍ବ ନଦେବାକୁ ପରାମର୍ଶ ଦେଇଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/04/07/N4oMFXBmJlPP55XfusAQ.jpg)