ବିଜେପି ନେତାଙ୍କ ବୟାନ:୨୪ ଘଣ୍ଟାରେ କମଳନାଥ ସରକାର ଭାଙ୍ଗିପାରିବୁ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶ ବିଧାନସଭାରେ ବିରୋଧୀ ଦଳ ନେତା ଗୋପାଳ ଭାର୍ଗବ ବିସ୍ଫୋରକ ବୟାନ ରଖିଛନ୍ତି। ଭାର୍ଗବ କହିଛନ୍ତି ମଧ୍ୟପ୍ରଦେଶରେ କମଳନାଥ ସରକାର ମାତ୍ର ୨୪ ଘଣ୍ଟାରେ ଭାଙ୍ଗିଯିବ। କେବଳ ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି ଅଧ୍ୟକ୍ଷ ଅମିତ ଶାହଙ୍କ ସଙ୍କେତ ମିଳିବା ଦରକାର ବୋଲି ବିଜେପିର ବରିଷ୍ଠ ନେତା ଭାର୍ଗବଙ୍କ ବୟାନ ତମ୍ବିତୋଫାନ ସୃଷ୍ଟି କରିଛି। ପୂର୍ବରୁ ମଧ୍ୟ ସେ କହିଥିଲେ ଯେ କମଳନାଥ ସରକାର କେବଳ ୭ ମାସ ପାଇଁ କ୍ଷମତାରେ ରହିବ ଏବଂ ତାହା ହିଁ ଯଥେଷ୍ଟ। ଭାର୍ଗବଙ୍କ ଏଭଳି ଦାବିରେ ପ୍ରତିକ୍ରିୟା ପ୍ରକାଶ କରି କମଳନାଥ କହିଛନ୍ତି, ସେମିତି କିଛି ହେବନାହିଁ। କାରଣ ବିଜେପିର ନମ୍ବର ୧ ଏବଂ ନମ୍ବର ୨ ଖୁବ୍‌ ଚତୁର। କମଳନାଥ କହିଛନ୍ତି ମଧ୍ୟପ୍ର‌ଦେଶରେ ଥିବା କଂଗ୍ରେସ ବିଧାୟକମାନେ ବିକ୍ରି ପାଇଁ ନୁହନ୍ତି। ବିଜେପି ଯେତେବେଳେ ଚାହିବ ସେତେବେଳେ ଆସ୍ଥା ଭୋଟ୍‌ ପାଇଁ ପ୍ରସ୍ତୁତ ଅଛୁ ବୋଲି କମଳନାଥ କହିଛନ୍ତି। ନିକଟରେ କଂଗ୍ରେସ ନେତା ଦିଗବିଗୟ ସିଂହ କହିଥିଲେ ବିଜେପି ବିମୁଦ୍ରୀକରଣ ଟଙ୍କାରେ ବିଧାୟକଙ୍କୁ କିଣୁଛି।

ସମ୍ବନ୍ଧିତ ଖବର