ମୋଦିଙ୍କୁ ବାଟ୍‌ମ୍ୟାନ ସହ ତୁଳନା କଲା ବିଜେପି , ସୋସିଆଲ ମିଡିଆରେ ଚର୍ଚ୍ଚା

ନୂଆଦିଲ୍ଲୀ : ଗୋଟିଏ ଦିନରେ ଦୁଇ ଜଣ ହାଇପ୍ରୋଫାଇଲ ଅଭିଯୁକ୍ତଙ୍କୁ ଭାରତକୁ ଆଣିବାରେ ସରକାର ସଫଳତା ପାଇଛନ୍ତି । ଏହି ଦୁଇଜଣ ହେଉଛନ୍ତି ଅଗଷ୍ଟା େଓ୍ଵଷ୍ଟାଲାଣ୍ଡ ହେଲିକପ୍ଟର ଦୁର୍ନିତି ଅଭିଯୁକ୍ତ ରାଜୀବ ସକ୍ସେନା ଓ ଦିପକ ତଲଓ୍ଵାର । ତେବେ ଏଥିପାଇଁ ବିଜେପି ଯେଉଁ ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରସଂଶା କରିଛି ତାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି । ଏକ ଟ୍ଵିଟ କରି ବିଜେପି କହିଛି ଯେ ଏହା ପୂର୍ବରୁ ବାଟ୍‌ମ୍ୟାନ ହଂକଂରୁ ଲାଉଙ୍କୁ ନେଇଆସିଥିଲା । ଏବେ ମୋଦି ସେହିପରି ମୋଦି ଏକ ଅସମ୍ଭବ କାମ କରିଦେଖାଇଛନ୍ତି ।

 

ବହୁଚର୍ଚ୍ଚିତ ଅଗଷ୍ଟା େଓ୍ଵଷ୍ଟଲାଣ୍ଡ ହେଲିକାପ୍ଟର ମାମଲାରେ ଭାରତ ସରକାରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି । ଏହି ଦୁର୍ନିତିରେ ଏକ ସହ ଅଭିଯୁକ୍ତ ରାଜୀବ ସକ୍ସେନାକୁ ବୁଧବାରଦିନ ୟୁଏଇ ସରକାର ଭାରତକୁ ପ୍ରତ୍ୟାର୍ପଣ କରିଛନ୍ତି । ଗତକାଲି ଦିନ ୧୧ଟାରେ ତାକୁ ଭାରତୀୟ ଅଧିକାରୀମାନଙ୍କ ହାତରେ ୟୁଏଇ ପକ୍ଷରୁ ସମର୍ପଣ କରାଯାଇଥିଲା । ଏହି ମାମଲାରେ ଆଉ ଏକ ଅଭିଯୁକ୍ତ କର୍ପୋରେଟ ଲବିଷ୍ଟ ଦିପକ ତଲଓ୍ଵାରକୁ ମଧ୍ୟ ଗତ କାଲି ରାତିରେ ଭାରତ ଅଣାଯାଇଛି । ଖ୍ରୀଷ୍ଟିଆନ ମିସେଲ ର ପ୍ରତ୍ୟାର୍ପଣ ପରେ ଏହାକୁ ଭାରତ ସରକାରଙ୍କ ପାଇଁ ଏକ ବଡ଼ ସଫଳତା ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର