ଚଣ୍ଡିଗଡ଼: କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁଙ୍କ ବିରୋଧରେ ବିଜେପି ପଂଜାବ ରାଜ୍ୟପାଳ ଭିପି ସିଂହ ବଦନୋରଙ୍କୁ ଚିଠି ଲେଖିଛି। ସିଦ୍ଧୁଙ୍କୁ ଶକ୍ତି ମନ୍ତ୍ରାଳୟ ଦାୟିତ୍ବ ମିଳିଥିଲେ ମଧ୍ୟ ସେ ଏ ଯାବତ୍ ଦାୟିତ୍ବ ଗ୍ରହଣ କରିନାହାନ୍ତି। ଗତ ଗୋଟିଏ ମାସରୁ ଅଧିକ ସମୟ ଧରି ଶକ୍ତି ମନ୍ତ୍ରାଳୟ ଖାଲି ପଡ଼ିଛି। ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଲଢ଼େଇରେ ଏବେ ରାଜ୍ୟବାସୀ ହଟହଟା ହେଉଛନ୍ତି। ରାଜ୍ୟରେ ଘନଘନ ବିଦ୍ୟୁତ୍କାଟ ହେଉଛି। ଦିନକୁ ପ୍ରାୟ ୧୨ ଘଣ୍ଟା ଧରି ବିଦ୍ୟୁତ କାଟ ହେଉଥିବାରୁ ଲୋକେ ଅସ୍ଥିର ହୋଇପଡ଼ିଲେଣି। ସେପଟେ ସିଦ୍ଧୁ ଦାୟିତ୍ବ ସଂପାଦନ ନକରି ଦରମା ପାଉଛନ୍ତି ଏବଂ ସମସ୍ତ ସୁବିଧା ଉପଭୋଗ କରୁଛନ୍ତି। ଏହାର ପ୍ରତିବାଦ କରି ବିଜେପି ରାଜ୍ୟପାଳଙ୍କୁ ଚିଠି ଲେଖିଛି। ପଂଜାବ ରାଜ୍ୟପାଳ ଭିପି ସିଂହ ଏହି ମାମଲାରେ ହସ୍ତକ୍ଷେପ କରନ୍ତୁ ବୋଲି ବିଜେପି ପକ୍ଷରୁ କୁହାଯାଇଛି। ବିଜେପି ସାଧାରଣ ସଚିବ ତରୁଣ ଚୁଗ୍ ଏନେଇ ରାଜ୍ୟପାଳଙ୍କୁ ଚିଠି ଲେଖିଛନ୍ତି। ସେ କହିଛନ୍ତି ଅମରିନ୍ଦର ସିଂହ ଏବଂ ସିଦ୍ଧୁଙ୍କ ମଧ୍ୟରେ ଯେଉଁ ବିବାଦ ଲାଗି ରହିଛି ସେନେଇ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି। ପଂଜାବର କୃଷକମାନେ ବିଦ୍ୟୁତ୍ କାଟ ପାଇଁ ଅଧିକ ସମସ୍ୟା ସାମ୍ନା କରୁଥିବାରୁ ଏହାର ସମାଧାନ ଜରୁରୀ ବୋଲି ସେ କହିଛନ୍ତି।
ସିଦ୍ଧୁଙ୍କ ବିରୋଧରେ ରାଜ୍ୟପାଳଙ୍କୁ ବିଜେପିର ପତ୍ର
/sambad/media/post_attachments/wp-content/uploads/2019/07/nabjot-sindhu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)