ନୂଆଦିଲ୍ଲୀ: ନିଜର ଅଗ୍ନିବର୍ଷୀ ଭାଷଣ ଓ ଆକ୍ରମଣାତ୍ମକ ଶୈଳୀ ପାଇଁ ବିଖ୍ୟାତ ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୈତ୍ର ମଙ୍ଗଳବାର ଲୋକସଭାରେ ରାଷ୍ଟ୍ରପତିଙ୍କ ଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଚାଲିବେଳେ ନିଜ ଉପରୁ ନିୟନ୍ତ୍ରଣ ହରାଇ ଅଶାଳୀନ ଭାଷା ପ୍ରୟୋଗ କରିଥିବା ଅଭିଯୋଗ ହୋଇଛି। ଟିଡିପି ଏମ୍ପି କେ ରାମମୋହନ ନାଇଡ଼ୁ ଉକ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଭାଷଣ ଦେଉଥିବା ବେଳେ ମହୁଆ ଅସଂସଦୀୟ ଭାଷା ପ୍ରୟୋଗ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ମହୁଆଙ୍କୁ ପାର୍ଲାମେଣ୍ଟରେ ଏପରି ଭାଷା ପ୍ରୟୋଗ କରିଥିବାରୁ କ୍ଷମାପ୍ରାର୍ଥନା କରିବାକୁ ଦାବି କରିଥିଲେ। ବିଜେପି ଏମ୍ପି ମୁକ୍ତାର ଅବ୍ବାସ ନକଭି ଓ ହେମା ମାଳିନୀ ମଧ୍ୟ ମହୁଆଙ୍କୁ ଏପରି ଭାଷା ପ୍ରୟୋଗ ପାଇଁ ନିନ୍ଦା କରିବା ସହ ନିଜ ଜିଭ ଉପରେ ନିୟନ୍ତ୍ରଣ ରଖିବାକୁ କହିଥିଲେ।
ମହୁଆଙ୍କ ଅଶାଳୀନ ଭାଷାକୁ ବିଜେପିର ନିନ୍ଦା
/sambad/media/post_attachments/wp-content/uploads/2023/02/65fs4h65f4sh65fh6fhfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)