ନୂଆଦିଲ୍ଲୀ: ଗତ ଦୁଇ ଦିନ ହେବ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିବା କଂଗ୍ରେସ ଓ ବିଜେପି ନେତାଙ୍କ ମଧ୍ୟରେ କଥାବାର୍ତ୍ତାର ଏକ ଅଡିଓ ଟେପ୍‌କୁ ନେଇ ସିବିଆଇ ତଦନ୍ତ କରିବାକୁ ଦାବି କରିଛି ଭ‌ାରତୀୟ ଜନତା ପାର୍ଟି(ବିଜେପି)। କଂଗ୍ରେସ ଅଭିଯୋଗ ଆଣିଛି ଯେ ଗେହଲଟ୍‌ ସରକାର ଭାଙ୍ଗିବା ପାଇଁ ବିଧାୟକ ଭନୱର ଲାଲ୍‌ ଶର୍ମା ବିଜେପି ସହ କଥା ହେଉଥିବା ବେଳର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି।

Advertisment

ଶନିବାର ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ‘ବିଜେପି କଥାରେ କ’ଣ ସବୁ କିଛି ହଉଛି? ନିଶ୍ଚିତ ଭାବେ ନା, ଯାହା କରିଛନ୍ତି ସେମାନେ କରିଛନ୍ତି। ଷଡ଼ଯନ୍ତ୍ର ସେମାନଙ୍କ ପକ୍ଷରୁ ହୋଇଛି।  ଏହି ‌ଟେପ୍‌କୁ ବି ସେମାନେ କରିଛନ୍ତି। ମୋର ଗେହଲଟ ସରକାରଙ୍କୁ ପ୍ରଶ୍ନ ହେଉଛି ଫୋନ୍‌ ଟ୍ୟାପିଂ କ’ଣ ଏକ ସମ୍ବେଦନଶୀଳ ଆଇନ ମାମଲା ନୁହେଁ? ଆପଣ ବି କ’ଣ ରାଜସ୍ଥାନର କୌଣସି ରାଜନେତାଙ୍କ ଫୋନ୍‌ ଟ୍ୟାପ୍‌ କରିବା ପରି ନୀତି ଆପଣେଥିଲେ? ବାସ୍ତବରେ ଫୋନ୍‌ ଟ୍ୟାପ୍‌ ହୋଇଛି କି ନାହିଁ ଆମକୁ ସିବିଆଇ ତଦନ୍ତ ଦରକାର।’

publive-image financialexpress.com

ଉଲ୍ଲେଖଯୋଗ୍ୟ, ରାଜସ୍ଥାନରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ୟା ମଧ୍ୟରେ କଂଗ୍ରେସ ଅଡିଓ ଟେପ୍‌କୁ ଆଧାର କରି ୨ ଜଣ ବିଦ୍ରୋହୀ ବିଧାୟକଙ୍କୁ ଦଳରୁ ବହିଷ୍କାର କରିଛି ଏବଂ କେନ୍ଦ୍ର ମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ୍‌ଙ୍କ ଗିରଫ ଦାବି କରିଛି।  ବିଧାୟକ ଭନୱର ଲାଲ୍‌ ଶର୍ମା ଏବଂ ବିଶ୍ବେନ୍ଦ୍ର ସିଂହଙ୍କୁ ଦଳରୁ ନିଲମ୍ବନ କରାଯାଇଛି ବୋଲି ସୂଚନା ରହିଛି।