ଜାଣନ୍ତୁ, କାହିଁକି ମୋଦୀଙ୍କୁ କଂଗ୍ରେସ କହିଲା; ‘ତୁମ୍‌ସେ ନା ହୋ ପାଏଗା’

ନୂଆଦିଲ୍ଲୀ : ଆଜି ବାରଣାସୀରେ ରୋଡ ସୋ’ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ବହୁଳ ସଂଖ୍ୟାରେ ଲୋକେ ଏହି ରୋଡ୍‌ ସୋ’ରେ ସାମିଲ ହୋଇଥିବା ବେଳେ ଆସନ୍ତାକାଲି ମୋଦୀ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି ଜଣା ପଡ଼ିଛି । ତେବେ ଗତକାଲି ଟାଇମ୍ସ ନାଓରେ ଏକ ଭୁଲ ଖବର ପ୍ରସାରଣ କରାଯାଇଥିଲା । ଯେଉଁଥିରେ ମୋଦୀଜୀ ନାମାଙ୍କନ ପତ୍ର ଦାଖଲ କରିବା ପରେ ଏପ୍ରିଲ ୨୬ରେ ପ୍ରଥମ ଥର ପାଇଁ ସାମ୍ବାଦିକ ସମ୍ମିଳନୀ ଡ଼କାଇବେ ବୋଲି କୁହାଯାଇଥିଲା । ତେବେ କିଛି ସମୟରେ ଜଣେ ବିଜେପି ନେତା ଇଣ୍ଡିଆନ୍‌ ଏକ୍ସପ୍ରେସକୁ ବୟାନ ଦେଇ ଖବରଟି ମିଛ ବୋଲି କହିଥିଲେ । ମିଛ ଖବର ବୋଲି ଇଣ୍ଡିଆନ୍‌ ଏକ୍ସପ୍ରେସ ଲେଖିବା ପରେ ଟାଇମ୍ସ ନାଓ ତୁରନ୍ତ ନିଜ ଖବରର ଭିଡିଓ ଟୁଇଟରରୁ ହଟାଇ ଦେଇଥିଲେ । କିନ୍ତୁ ସେତବେଳକୁ ଖବରଟି ଅନ୍ୟ ଗଣମାଧ୍ୟମକୁ ଆସି ଯାଇଥିଲା ।

ମୋଦୀଜୀଙ୍କ ସାମ୍ବାଦିକ ସମ୍ମିଳନୀ ଡ଼କାଇବା ଖବର ମିଛ ବୋଲି ଜଣା ପଡ଼ିବା ପରେ ପ୍ରତି ଥର ଭଳି ଏଥର ମଧ୍ୟ କଂଗ୍ରେସ ସମାଲୋଚନା କରିବାକୁ ଭୁଲି ନଥିଲା । ଟାଇମ୍ସ ନାଓର ଟୁଇଟ୍‌ର ଜବାବ ରଖି ମୋଦୀଙ୍କୁ କଟାକ୍ଷ କରିଥିଲା କଂଗ୍ରେସ । ‘ତୁମ୍‌ସେ ନା ହୋ ପାଏଗା’ ଲେଖି କଂଗ୍ରେସ ଟୁଇଟ୍‌ କରିବା ପରେ ମୋଦୀଙ୍କ ସମର୍ଥକ କଂଗ୍ରେସକୁ ସମାଲୋଚନା କରିବା ଆରମ୍ଭ କରି ଦେଇଛନ୍ତି ।

ସମ୍ବନ୍ଧିତ ଖବର