ମହାରାଷ୍ଟ୍ରର ୪ ବିଦ୍ରୋହୀ ବିଧାୟକଙ୍କୁ ବହିଷ୍କାର କଲା ବିଜେପି

ମୁମ୍ବାଇ: ମହାରାଷ୍ଟ୍ରରେ ୪ ଜଣ ବିଦ୍ରୋହୀ ବିଧାୟକଙ୍କୁ ବିଜେପି ବହିଷ୍କାର କରିଛି। ଦଳୀୟ ପ୍ରାର୍ଥୀଙ୍କ ବିରୋଧରେ ଏହି ୪ ଜଣ ବିଦ୍ରୋହୀ ବିଧାୟକ ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଦଳ ପକ୍ଷରୁ ସେମାନଙ୍କୁ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ କୁହାଯାଇଥିଲେ ସୁଦ୍ଧା ସେମାନେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ। ତେଣୁ ଦଳବିରୋଧୀ କାର୍ଯ୍ୟପାଇଁ ସେମାନଙ୍କୁ ବହିଷ୍କାର କରାଯାଇଛି। ବହିଷ୍କୃତ ହୋଇଥିବା ବିଧାୟକମାନେ ହେଉଛନ୍ତି ତୁମ୍‌ସରର ଚରଣ ୱାଗମେର, ମୀରା ଭୟନ୍ଦରର ଗୀତା ଜୈନ, ପିମ୍ପଡ଼ି-ଚିନଚ୍ବାଡ଼ରବାଲ୍‌ସାହେବ ଓଭାଲ୍‌ ଏବଂ ସୁମେରପୁରର ଦିଲୀପ ଦେଶମୁଖ।

ସମ୍ବନ୍ଧିତ ଖବର