ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ପୂର୍ବରୁ ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାକୁ ଯାଉଛି। ଦଳ ପକ୍ଷରୁ ସ୍ବତନ୍ତ୍ର ରଣନୀତି ଉପରେ ଗୁରୁତ୍ବାରୋପ କରାଯାଉଛି। ଏପରିସ୍ଥଳେ ଚର୍ଚ୍ଚା ହେଉଛି ଦଳ ପକ୍ଷରୁ ୭୦ରୁ ୮୦ ଏମପିଙ୍କୁ ଦ୍ବିତୀୟ ଥର ଟିକେଟ ନ ଦେବାକୁ ଯୋଜନା କରାଯାଉଛି। ସେମାନଙ୍କୁ ଟିକେଟ ମିଳିବ‌େ ନେଇ ସନ୍ଦେହ ଜାରି ରହିଛି। ଫଳରେ ଏସବୁ ସିଟିଂ ଏମପିଙ୍କ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି। ହାଇକମାଣ୍ଡ ଏହି ଏମପିମାନଙ୍କ କାର୍ଯ୍ୟର ସମୀକ୍ଷା କରୁଛନ୍ତି। ଏହା ସହିତ ସେମାନଙ୍କର ବିଜୟ ହେବା ସମ୍ଭାବନାକୁ ନେଇ ମଧ୍ୟ ବିଚାର ବିମର୍ଷ କରାଯାଉଛି। ଦଳର କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ଶୀଘ୍ର ହେବାକୁ ଯାଉଛି। ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉପସ୍ଥିତ ରହିବେ। ବିଚାର ବିମର୍ଷ ପରେ ପ୍ରଥମ ପ୍ରାର୍ଥୀ ତାଲିକା ଜାରି କରାଯିବ।

Advertisment

ଦଳର ବରିଷ୍ଠ ନେତା ଇତିମଧ୍ୟରେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ପଶ୍ଚିମବଙ୍ଗ, ତେ‌ଲେଙ୍ଗାନା, ଉତ୍ତରାଖଣ୍ଡ, ତ୍ରିପୁରା ଏବଂ ଅନ୍ୟ କେତେକ ରାଜ୍ୟର କର୍ମୀଙ୍କ ସହ ବୈଠକ କରିସାରିଛନ୍ତି। ବୈଠକରେ ନୂଆ ପ୍ରାର୍ଥୀଙ୍କୁ ସୁଯୋଗ ଦେବାକୁ ଦାବି ହୋଇଛି। ଏହା ସହିତ ପ୍ରାର୍ଥୀଙ୍କୁ ପୁଣି ସୁଯୋଗ ନ ଦେବାକୁ ମତ ପ୍ରକାଶ ପାଇଥିଲା।

ଯେଉଁ ଏମପିମାନଙ୍କ ବୟସ ୭୦ରୁ ଅଧିକ ଏବଂ ଯେଉଁମାନଙ୍କ ପ୍ରଦର୍ଶନ ଦୁର୍ବଳ ରହିଛି ସେମାନଙ୍କୁ ଟିକେଟ ମିଳିବାର ଆଶା ରହିବ ନାହିଁ ବୋଲି ଚର୍ଚ୍ଚା ହେଉଛି। ଇତିମଧ୍ୟରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ଜେପି ନଡ୍ଡା ବହୁବାର ବୈଠକ କରିଛନ୍ତି। କୁହାଯାଉଛି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହ୍ବାନ, ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ନାମ ଏହି ତାଲିକାରେ ରହିଛି। ସେହିପରି ରାଜସ୍ଥାନର ପୂର୍ବକେନ୍ଦ୍ର ମନ୍ତ୍ରୀ ରାଜେନ୍ଦ୍ର ରାଠୋରଙ୍କ ନାମ ମଧ୍ୟ ରହିଛି। କେତେକ ବଡ଼ ନେତା ଏବେ ବିଧାୟକ ହୋଇ ମନ୍ତ୍ରୀ ହୋଇସାରିଛନ୍ତି। ତେଣୁ ସେମାନଙ୍କୁ ଲୋକସଭାରେ ଆଉ ଟିକେଟ ମିଳିବ ନାହିଁ।
ଉତ୍ତରପ୍ରଦେଶର ସନ୍ତୋଷ ଗଙ୍ଗୱାର, ରୀତା ବହୁଗୁଣା ଯୋଶୀଙ୍କ ସମେତ ବହୁ ନେତାଙ୍କ ଟିକେଟ କଟିବା ନେଇ ଚର୍ଚ୍ଚା ହେଉଛି। ଯେଉଁ ଆସନରୁ ଲଗାତାର ଏମପି ନିର୍ବାଚିତ ହେଉଛନ୍ତି ସେଠାରେ ଆଣ୍ଟି-ଇନକ୍ୟୁମ୍ବେନ୍ସି ସୃଷ୍ଟି ହେଉଥିବା ଦଳ ଅନୁମାନ କରୁଛି। ସେବସୁ ଆସନରେ ନୂଆ ପ୍ରାର୍ଥୀ ଦେବାକୁ ହାଇକମାଣ୍ଡ ଚିନ୍ତା କରୁଛନ୍ତି। ବୁହାଯାଉଛି ପ୍ରଥମ ପ୍ରାର୍ଥୀ ତାଲିକାରେ ଦଳ ପକ୍ଷରୁ ୧୬୦ ଜଣଙ୍କ ନାମ ପ୍ରକାଶ କରାଯିବାର ଆଶା ରହିଛି।