ବିଜେପି କାଣ୍ଡାଙ୍କ ସମର୍ଥନ ନେବନାହିଁ: ରବିଶଙ୍କର

ଚଣ୍ଡିଗଡ଼: ବିଜେପି ହରିୟାଣା ଲୋକହିତ ପାର୍ଟି ବିଧାୟକ ଗୋପାଳ କାଣ୍ଡାଙ୍କ ସମର୍ଥନ ନେବନାହିଁ। ହରିୟାଣାରେ ସରକାର ଗଠନ କରିବାପାଇଁ ବିଜେପିକୁ କାଣ୍ଡା ନିଃସର୍ତ୍ତ ସମର୍ଥନ ଦେବାପରେ ଏହାକୁ ନେଇ ବିରୋଧୀ ଦଳ ନେତାମାନେ ବିଜେପିକୁ ଘେରିଥ‌ିଲେ। ବିଜେପି ନେତ୍ରୀ ଉମା ଭାରତୀ ମଧ୍ୟ ଦଳକୁ ଚେତାଇ ଦେଇ କହିଥିଲେ ଯେ ଦଳ ନୈତିକ ମୂଲ୍ୟବୋଧକୁ ଭୁଲିଯିବା ଉଚିତ ନୁହେଁ। ଆଜି କେନ୍ଦ୍ର ମନ୍ତ୍ରୀ ରବି ଶଙ୍କର ପ୍ରସାଦ କାଣ୍ଡାଙ୍କ ବାବଦରେ ଦଳର ଆଭିମୁଖ୍ୟ ସ୍ପଷ୍ଟ କରି କହିଛନ୍ତି ଯେ ବିଜେପି କାଣ୍ଡାଙ୍କ ସମର୍ଥନ ନେବାର ପ୍ରଶ୍ନ ଉଠୁନାହିଁ। ହରିୟାଣାରେ ସରକାର ଗଠନ ପାଇଁ କାଣ୍ଡାଙ୍କ ସମର୍ଥନ ଉପରେ ବିଜେପି କେବେ ବି ନିର୍ଭର କରିବ ନାହିଁ ବୋଲି ରବିଶଙ୍କର ପ୍ରସାଦ କହିଛନ୍ତି।

ସମ୍ବନ୍ଧିତ ଖବର