ବେଙ୍ଗାଲୁରୁ: ଦଳବିରୋଧୀ କାର୍ଯ୍ୟ ପାଇଁ ଭାରତୀୟ ଜନତା ପାର୍ଟିର କର୍ଣ୍ଣାଟକ ୟୁନିଟ୍ ମଙ୍ଗଳବାର ଦୁଇ ଜଣ ବିଧାୟକଙ୍କୁ ବହିଷ୍କାର କରିଛି। ସେମାନେ ହେଉଛନ୍ତି, ଏସ୍‌ଟି ସୋମଶେଖର ଓ ଶିବରାମ ହେବ୍ବର ଯାହାଙ୍କୁ ୬ ବର୍ଷ ପାଇଁ ଦଳରୁ ବହିଷ୍କାର କରାଯାଇଛି। ୨୦୧୯ରେ ବିଜେପିରେ ମିଶି କଂଗ୍ରେସ-ଜେଡିଏସ୍ ମେଣ୍ଟ ସରକାର ଭାଙ୍ଗିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଦ୍ରୋହୀ ଗୋଷ୍ଠୀର ସଦସ୍ୟ ଥିଲେ ଏହି ଦୁଇ ବିଧାୟକ।

Advertisment

ତେବେ ଗତ କିଛି ମାସ ମଧ୍ୟରେ ସେମାନେ ବାରମ୍ବାର କଂଗ୍ରେସ ନେତୃତ୍ୱାଧୀନ କାର୍ଯ୍ୟକ୍ରମରେ ଯୋଗଦେଇ କର୍ଣ୍ଣାଟକରେ ଶାସକ ଦଳକୁ ଖୋଲାଖୋଲି ସମର୍ଥନ ଜଣାଇଥିବା ଦେଖିବାକୁ ମିଳିଥିଲା। ବିଜେପିର କର୍ଣ୍ଣାଟକ ୟୁନିଟ୍ କହିଛି ଯେ, ସେମାନେ ମାର୍ଚ୍ଚ ୨୫ରେ ଦୁଇ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ। ବାରମ୍ବାର ଦଳୀୟ ଶୃଙ୍ଖଳା ଉଲ୍ଲଂଘନ ଉପରେ ତାଙ୍କ ପ୍ରତିକ୍ରିୟାକୁ ବିଚାର କରି ସେମାନଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ୬ ବର୍ଷ ପାଇଁ ବହିଷ୍କାର କରିବାକୁ ନିଷ୍ପତ୍ତି ନିଆଯାଇଛି।