କୋଲକାତା: ଗତ ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ୪୨ରୁ ୧୮ଟି ଆସନରେ ବିଜୟୀ ହେବା ପରେ ଏବେ ବିଧାନସଭା ନିର୍ବାଚନ ଉପରେ ବିଜେପିର ନଜର ରହିଛି। ପଶ୍ଚିମବଙ୍ଗରେ ଆଗାମୀ ବିଧାନସଭା ନିର୍ବାଚନରେ ବିଜୟୀ ହୋଇ ସରକାର ଗଢ଼ିବା ଲାଗି ଦଳ ଉଦ୍ୟମ ଆରମ୍ଭ କରିବ ବୋଲି ଜଣାଯାଇଛି। ଏହି ଲକ୍ଷ୍ୟ ପୂରଣ କରିବା ପାଇଁ ବିଜେପି ରାଜ୍ୟରେ ସଦସ୍ୟ ସଂଗ୍ରହ ଅଭିଯାନ ଆରମ୍ଭ କରିବାକୁ ଯାଉଛି । ରାଜ୍ୟ ପ୍ରଦେଶ ବିଜେପି ଅଧ୍ୟକ୍ଷ ତଥା ସାଂସଦ ଦିଲୀପ ଘୋଷ ସାମ୍ୱାଦିକଙ୍କୁ ସୂଚନା ଦେଇ କହିଛନ୍ତି ଯେ,ଚଳିତ ବର୍ଷ ରାଜ୍ୟରେ ଏକ କୋଟି ସଦସ୍ୟ ସଂଗ୍ରହ କରାଯିବାର ଦଳ ଲକ୍ଷ୍ୟ ରଖିଛି ।

Advertisment

publive-image photo- navbharattimes

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବର୍ଷ ବିଜେପିର ସଭ୍ୟଙ୍କ ସଂଖ୍ୟା ୪୨ ଲକ୍ଷ ଥିଲା । ୨୦୧୪ରେ ଦଳକୁ କେବଳ ୮୬ ଲକ୍ଷ ଭୋଟ ମିଳିଥିବା ବେଳେ ଗତ ସାଧାରଣ ନିର୍ବାଚନରେ ଦଳକୁ ୨ କୋଟି ୩୦ ଲକ୍ଷ ଭୋଟ ମିଳିଛି । ଏଣୁ ଏ ବର୍ଷ ଏବଂ ଦଳ ୧ କୋଟି ସଦସ୍ୟ ସଂଗ୍ରହ ଯୋଜନା କରିଛି। ପଶ୍ଚିମବଙ୍ଗରେ ମଧ୍ୟ ଜୁଲାଇ ୬ ତାରିଖରୁ ସଦସ୍ୟ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଦିଲୀପ ଘୋଷ ସୂଚନା ଦେଇଛନ୍ତି