ଆନ୍ଧ୍ରର ଟିଡ଼ିପି ନେତାମାନଙ୍କୁ ସାମିଲ କରିପାରେ ବିଜେପି

ନୂଆଦିଲ୍ଲୀ: କେନ୍ଦ୍ରରେ ବିଜେପି କ୍ଷମତା ପାଇବା ପରେ ଓ ତେଲେଙ୍ଗାନାରେ ୪ଟି ଲୋକସଭା ଆସନ ପାଇବା ପରେ ଏବେ ଉତ୍ସାହିତ ହୋଇପଡିଛି ବିଜେପି | ଏହାପରେ ତେଲୁଗୁ ରାଜ୍ୟରେ ନିଜର ଆଧିପତ୍ୟ ବିସ୍ତାର କରିବାକୁ ଯୋଜନା ପ୍ରସ୍ତୁତ କରିଛି ବିଜେପି | ସେଥିପାଇଁ ତେଲୁଗୁ ଦେଶମ ପାର୍ଟି ବା ଟିଡ଼ିପିର ନେତାମାନଙ୍କ ସହ ଯୋଗାଯୋଗରେ ଅଛି | ବିଜେପିର ବରିଷ୍ଠ ନେତାଙ୍କ କହିବା କଥା ଯେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଟିଡ଼ିପି ଦଳର ନିରାଶଜନକ ପ୍ରଦର୍ଶନ ପରେ ଏବେ କିଛି ଟିଡ଼ିପି ନେତା ବିଜେପି ସହ ସମ୍ପର୍କରେ ଅଛନ୍ତି |

କର୍ଣ୍ଣାଟକ ପରେ ବିଜେପିର ନଜର ଏବେ ଦକ୍ଷିଣ ଭାରତର ଏହି ଦୁଇଟି ତେଲୁଗୁ ରାଜ୍ୟ ଉପରେ ରହିଛି | ରାଜନୈତିକ ବିଶେଷଜ୍ଞ କହିଛନ୍ତି ଯେ ବିଜେପି ଗତ କିଛି ବର୍ଷ ମଧ୍ୟରେ ଉଭୟ ରାଜ୍ୟର କଂଗ୍ରେସ ନେତାମାନଙ୍କୁ ନିଜ ଦଳରେ ସାମିଲ କରି ନିର୍ବାଚନ ମଇଦାନରେ ଓହ୍ଲାଇଥିଲା, ଏହି ରଣନୀତିରେ ସଫଳ ହୋଇଥିଲା ବିଜେପି |

ତେବେ ନିଜକୁ ଆହୁରି ସଶକ୍ତ କରିବା ପାଇଁ କିଛିଦିନ ତଳେ ସରିଥିବା ଲୋକସଭା ଓ ବିଧାନସଭାରେ ଲଢ଼ିଥିବା ନେତାଙ୍କ ସହ ସମ୍ପର୍କରେ ରହିଛି | ଏଠାରେ ସୂଚନା ଥାଉ କି ବିଜେପି ୨୦୧୪ ତୁଳନାରେ ଏହାର ଭୋଟ ହାରକୁ ୧୩ ପ୍ରତିଶତ ବଢ଼ାଇଛି| ୨୦୧୪ରେ ବିଜେପି ୭ ପ୍ରତିଶତ ଭୋଟ ପାଇଥିଲା |

ସମ୍ବନ୍ଧିତ ଖବର