ଅହମ୍ମଦାବାଦ: ଗୁଜୁରାଟରେ ନିର୍ବାଚନୀ ବିଗୁଲ ବାଜିସାରିଛି | ଆଉ ଗତ କିଛି ବର୍ଷ ଧରି ଗୁଜୁରାଟରେ ବିଜେପି କ୍ଷମତାରେ ଅଛି। ତେବେ ଗୁଜୁରାଟରେ ବିଜେପି ଏକ ନୂତନ ପିଢିଙ୍କୁ ରାଜନୀତି ମଇଦାନକୁ ଓହ୍ଲାଇବାକୁ ରଣନୀତି ପ୍ରସ୍ତୁତ କରିଛି। ଏହି କ୍ରମରେ ଅହମ୍ମଦାବାଦର ନରୋଡା ଆସନରୁ ବିଜେପି ୩୦ ବର୍ଷୀୟ ଡାକ୍ତର ପାୟଲ କୁକ୍ରାନୀଙ୍କୁ ଟିକେଟ ଦେଇଛି । ଡାକ୍ତର ଡାକ୍ତର ପାୟଲ କୁକ୍ରାନୀ ଋଷରେ ମେଡିକାଲ ପାଠ୍ୟକ୍ରମ ପଢ଼ିଥିବାବେଳେ ୪ ବର୍ଷ ଅହମ୍ମଦାବାଦରେ ଅଛନ୍ତି |

Advertisment

ବଡ଼କଥା ଯେ ବିଜେପି ଘୋଷଣା କରିଥିବା ପ୍ରାର୍ଥୀଙ୍କ ମଧ୍ୟରେ ପାୟଲ କୁକ୍ରାନୀ ହେଉଛନ୍ତି ସର୍ବକନିଷ୍ଠ ପ୍ରାର୍ଥୀ | ପାୟଲଙ୍କ ମା ଅହମ୍ମଦାବାଦର ସାଇଜପୁର ୱାର୍ଡର କର୍ପୋରେଟର ଥିବାବେଳେ ପାୟଲ କହିଛନ୍ତି ଯେ ସେ ଟିକେଟ୍ ପାଇଁ ଆବେଦନ କରିଥିଲେ କିନ୍ତୁ ଟିକେଟ୍ ପାଇବେ ବୋଲି ନିଶ୍ଚିତ ନଥିଲେ। ଟିକେଟ୍ ପାଇବା ପରେ ପାୟଲ ବହୁତ ଖୁସି ହୋଇଯାଇଛନ୍ତି । ସୂଚନା ଥାଉ କି ଯେ, ବିଜେପି ଏହି ଆସନରୁ ବିଧାୟକ ଥିବା ବଳରାମ ଥାୱାନୀଙ୍କ ଟିକେଟ୍ କାଟି ଦେଇ ପାୟଲଙ୍କୁ ଟିକେଟ ଦେଇଛି | ସୂଚନା ଥାଉ କି ଗୁଜରାଟ ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରଥମ ପର୍ଯ୍ୟାୟରେ ୧୬୦ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।

୧୮୨ ଆସନ ବିଶିଷ୍ଟ ଗୁଜରାଟ ବିଧାନସଭା ପାଇଁ ୨ଟି ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ହେବ। ପ୍ରଥମ ପର୍ଯ୍ୟାୟରେ ୮୯ ଆସନରେ ଭୋଟ୍‌ ଗ୍ରହଣ ହେବାକୁ ଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ବି‌ଜେପି ୮୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି। ଅନ୍ୟପକ୍ଷେ ଦ୍ବିତୀୟ ପର୍ଯ୍ୟାୟ ପାଇଁ ୭୬ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା ।