‘ବିଜେପି’ ଗୁଣ୍ଡାମାନେ ଖଣ୍ଡା ଧରି ଗୋଡ଼ାଇଲେ, ବଣରେ ଲୁଚିଥିଲି: ନିଖୋଜ ଗୁଜରାଟ କଂଗ୍ରେସ ବିଧାୟକ

ଦାନ୍ତା: ‘ବିଜେପି’ ଗୁଣ୍ଡାମାନେ ଖଣ୍ଡା ଧରି ଗୋଡ଼ାଇ‌ବାରୁ ବଣରେ ଲୁଚିଥିଲି କହି ଆଜି ଗୁଜରାଟରେ ଦ୍ବିତୀୟ ତଥା ଚୂଡ଼ାନ୍ତ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ ଦାନ୍ତାର କଂଗ୍ରେସ ବିଧାୟକ କାନ୍ତି ଖରାଡ଼ୀ ଦେଖା ଦେଇଛନ୍ତି।

କଂ‌ଗ୍ରେସ ସାଂସଦ ରାହୁଲ୍‌ ଗାନ୍ଧୀ ମଧ୍ୟ କହିଥିଲେ ଯେ, ‘ବିଜେପି’ ଆକ୍ରମଣ ପରେ ବିଧାୟକ କାନ୍ତି ଖରାଡ଼ୀ ନିଖୋଜ ହୋଇଯାଇଛନ୍ତି।

Image Courtesy of India Today

ବନସ୍କାନ୍ତ ଜିଲ୍ଲା ଅନ୍ତର୍ଗତ ଦାନ୍ତା ନିର୍ବାଚନ ମଣ୍ଡଳୀର କଂଗ୍ରେସ ବିଧାୟକ କାନ୍ତି କହିଛନ୍ତି, ଜଣେ ‘ବିଜେପି’ ପ୍ରାର୍ଥୀ ଆକ୍ରମଣ କରିବାରୁ ମତେ ଖସି ପଳାଇବାକୁ ପଡ଼ିଥିଲା। ଯାହା ଘଟିଲା ବଡ଼ ଦୁଃଖଦାୟକ। ନିର୍ବାଚନ ଥିବାରୁ ମୁଁ ମୋ ଅଞ୍ଚଳକୁ ଯାଉଥିଲି। ଦେଖିଲି, ସେଠାରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ। ତେଣୁ, ଖସି ପଳାଇଯିବାକୁ ସ୍ଥିର କଲି।

Image Courtesy of India Today

ଘଟଣାକୁ ଅଧିକ ବ୍ୟାଖ୍ୟା କରି ଖରାଡ଼ୀ କହିଛନ୍ତି, ମୁଁ ମୋ ଭୋଟ୍‌ଦାତାମାନଙ୍କ ନିକଟକୁ ଯାଉଥିଲି। ଏଲ୍‌. କେ. ବରାଡ଼ ଏବଂ ତାଙ୍କ ଭାଇ ବଦନଜୀଙ୍କ ସହିତ ମିଶି ‘ବିଜେପି’ ପ୍ରାର୍ଥୀ ଲଧୁ ପାରଘୀ ମୋତେ ଆକ୍ରମଣ କରିଥିଲେ। ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଥିଲା। ସେମାନେ ମତେ ଖଣ୍ଡାରେ ଆକ୍ରମଣ କରିଥିଲେ।

ଖରାଡ଼ୀ ପୁଣି କହିଛନ୍ତି, ବାମୋଦରା ‘ଫୋର୍‌-ୱେ’ ଦେଇ ଯିବା ବ‌େଳେ ‘ବିଜେପି’ ପ୍ରାର୍ଥୀ ‌ରାସ୍ତା ଅବରୋଧ କରିବାରୁ ଆମେ ଫେରି ଆସିବାକୁ ସ୍ଥିର କଲୁ। ଆମ କାର୍‌ ସବୁ ଫେରି ଆସୁଥିବା ବେଳେ କେତେକ କାର୍‌ ଆମକୁ ଅନୁସରଣ କ‌ରୁଥିଲେ। ସେତିକି ବେଳେ ‘ବିଜେପି’ ପ୍ରାର୍ଥୀ ଲଧୁ ପାରଘୀ ଏବଂ ଆଉ ୨ଜଣ ଖଣ୍ଡାଧରି ଆସିଲେ। ତେଣୁ, ଆମ ପଳାଇବା ଉଚିତ ବୋଲି ବିଚାରିଲୁ ଓ ପ୍ରାୟ ୨ଘଣ୍ଟା କାଳ ବଣରେ ୧୦/୧୫ କିଲୋମିଟର୍‌ ଦୌଡ଼ିଲୁ।

ସମ୍ବନ୍ଧିତ ଖବର